ସହରର ପାନୀୟ ଜଳ ପରିମଳ ବ୍ୟବସ୍ଥା ଓ ନକଲି ସଫେଇ କର୍ମଚାରୀଙ୍କ ଗୁମର ଖୋଲିଲା ବିଜେପି 

୧୦ ଦିନ ମଧ୍ୟରେ ନୂତନ ସଫେଇ ଟେଣ୍ଡର ଆଗତ ନହେଲେ ଆନ୍ଦୋଳନ : ମାନସ ଦତ୍ତ
-କୁଢ଼କୁଡ଼ ଆବର୍ଜନାର ପାହାଡ଼ ଉପରେ ବାଲେଶ୍ଵର ସହର ଛିଡା ହୋଇଥିବାବେଳେ ସଫେଇ ପାଇଁ ଠିକା ସଂସ୍ଥାକୁ କାହା ସ୍ବାର୍ଥରେ ଅନୁକମ୍ପା
– ଅଣ ସଫେଇ କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଦର୍ଶାଇ ଆଦାୟ ହୋଇଥିବା EPF ESIC ଘୋଟାଲା ଓ ମହାନାଳ ସଫେଇ ପାଇଁ ଦୁଇ ଦୁଇ ଥର ହୋଇଥିବା ଟେଣ୍ଡର ମାଧ୍ୟମରେ ଅର୍ଥ ହରିଲୁଟର ତଦନ୍ତ
– ମରଣଯନ୍ତା ପାଲଟିଥିବା ମୁଖ୍ୟରାସ୍ତା ଟାଉନ ହଲ ଛକଠାରୁ ମଣ୍ଡଳ ଚଳାର ଭାୟା ସୁଏଲପୁର ରାସ୍ତାର ମରାମତି ତୁରନ୍ତ କରାଯାଇ । ଅମୃତ ଯୋଜନାରେ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ବିଷରେ ପରିଣତ କରିଛି ପୌରପାଳିକା
-ପୌରପାଳିକା ଅର୍ନ୍ତଗତ ତଳସାହିର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପକ୍କାରାସ୍ତାର ନିର୍ମାଣ

ବାଲେଶ୍ଵର (ସରୋଜ ପଣ୍ଡା):   ଆଜି ସଦର ବିଜେପି କାର୍ଯ୍ୟାଳୟରେ ସହରର ବିବିଧ ସମସ୍ୟାକୁ ନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦରଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଦର ନେତା ଶ୍ରୀ ଦତ୍ତ ପାଞ୍ଚ ଦଫା ଦାବୀକୁ ନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଦୀର୍ଘ ବର୍ଷ ଧରି ଶାସକ ଦଳର ନେତାମାନେ ବାଲେଶ୍ବର ପୌରପାଳିକାରେ ରହିବା ସତ୍ତ୍ଵେ ସହରର ସର୍ବାଙ୍ଗୀନ ବିକାଶ କରିବାକୁ ବିଫଳ ହୋଇଛନ୍ତି । ବାଲେଶ୍ବର ସହରରେ ଅସରାୟ ବର୍ଷାରେ କୃତ୍ରିମ ବନ୍ୟା, ସଫେଇ ସମସ୍ୟା, ପାନୀୟ ଜଳ ସମସ୍ୟା, ତ୍ରେନେଇ ସମସ୍ୟା, ରାସ୍ତା ଘାଟ ସମସ୍ୟାରେ ସହରବାସୀ ହନ୍ତସନ୍ତ ହେଉଛନ୍ତି ବୋଲି ଦର୍ଶାଇ ମାନସ ଦର କ୍ଷୋଭ ପ୍ରକାଶ କରିଛନ୍ତି । ସହରର ଗଳିକନ୍ଦିରେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବା ବେଳେ ପୌରପାଳିକାର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଗତ ଫେବୃୟାରୀ ମାସ ୨୦୨୧ ଠାରୁ ସହରର ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାର ଅବଧି ଶେଷ ହୋଇଥିବା ବେଳେ କାହା ସ୍ୱାର୍ଥରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାସକୁ ମାସ ଏଗ୍ରିମେଣ୍ଟ କରିଚାଲିଛନ୍ତି । ସହରରେ ଘରକୁ ଘର ଅଳିଆ ଆଖୁଆ ଭାବେ କଲେକ୍ସନ ହେଉ ନଥିବାବେଳେ ଠିକାସଂସ୍ଥାକୁ ବାରମ୍ବାର ଅନୁକମ୍ପା କେଉଁ ଉଦ୍ଦେଶ୍ୟରେ ଦିଆଯାଉଛି ବୋଲି ପ୍ରଶ୍ନ କରିବା ସହ ଉତ୍ତମ ପରିବେଶ ପାଇଁ ତୁରନ୍ତ ପୌରପାଳିବା ସଫେଇ ଟେଣ୍ଡର ଆଗତ କରି ଅଧିକରୁ ଅଧିକ କର୍ମଚାରୀ ଲଗେଇ ଦୁଇବେଳା ସହରର ସ୍ବଚ୍ଛତା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି । ଅଣ ସଫେଇ କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଭାବେ ଦର୍ଶାଇ ଫଲସ୍ ବିଲ ଉଠାଇବା, EPF, ESIC ନାମରେ ଘୋଟାଲା କରାଯିବା ଏବଂ ମହାନାଳ ଗୁଡିକୁ ଛାଡି ଅନ୍ୟ ସମସ୍ତ ନାଳ ସଫେଇ କରିବା ପାଇଁ ଚୁକ୍ତି ହେଇଥିଲେ ମଧ୍ୟ ପୌରପାଳିକା UWEI ଯୋଜନାରେ ପୁନର୍ବାର ଭକ୍ତ ନାଳ ଗୁଡିକୁ ସଫା କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବା ସିଧାସଳଖ ଜନତାଙ୍କ ଟଙ୍କାକୁ ହରିଲୁଟ କରିବା ସହ ସମାନ । ଗୋଟିଏ ନାଳ ସଫା ପାଇଁ ଦୁଇଦୁଇ ଥର ଟେଣ୍ଡର କରାଯିବା କେଉଁ ପ୍ରକାର ବିଧାନ ? UWEI ଯୋଜନାରେ କାନ୍ଥଲିଖନ ହେଉ ବା ନାଳ ସଫେଇ ସବୁଥରେ ବ୍ୟାପକ ଅର୍ଥ ହରିଲୁଟର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଛନ୍ତି । ‘ଅମୃତ ଯୋଜନା’ରେ ଘରକୁ ଘର ଏଚ୍ଛ ପାନୀୟ କଳ ଯୋଗାଣ ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ପଠେଇଥିବା ସ୍ଥଳେ ଆଜି ସହରର ଅଧିକାଂଶ ୱାର୍ଡରେ ଗୋଳିଆ ପାଣି ଆସୁଛି, ଏବାବଦରେ ପୌରପାଳିକା ଏବଂ ଜନସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ । ଅପରପକ୍ଷରେ ଗତ କିଛିଦିନ ତଳେ ଗୋପାଳଗାଁ ସ୍ଥିତ ତଳସାହିରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ମହିଳାଙ୍କ ମୃତ୍ୟୁ ଘଟିଲା । ତେଣୁ ଉକ୍ତ ଅଞ୍ଚଳକୁ ତୁରନ୍ତ ରାସ୍ତା ନିର୍ମାଣ କରିବା ସହିତ ମରଣଯନ୍ତା ପାଲଟିଥିବା ମୁଖ୍ୟ ରାସ୍ତା ଟାଉନ ହଲ ଛକଠାରୁ ମଣ୍ଡଳ ଚଳାର ଭାୟା ସୁଏଲପୁର ରାସ୍ତାର ମରାମତି ଯୁଦ୍ଧକାଳୀନ ଭିଭିରେ କରିବା ପାଇଁ ଶ୍ରୀ ଦତ୍ତ ଦାବୀ କରିଛନ୍ତି ଏବଂ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯଦି ୧୦ ଦିନ ଭିତରେ ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଠୋସ ପଦକ୍ଷେପ ନ ନିଏ ତାହେଲେ ସହରବାସୀଙ୍କ ସ୍ବାର୍ଥ ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମାନ ଦତ୍ତଙ୍କ ସହିତ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପୁର୍ବତନ କାଉନସିଲର ସୁଜିତ ଦେବ, ଉପେନ୍ଦ୍ର ଶତପଥୀ ଓ ବିବେକ ମହାନ୍ତି, ଗଙ୍ଗାଧର ରାଉତ ଓ ଅରୂପ ଜେନା ଉପସ୍ଥିତ ଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ