ଚାଷୀ ମୁହଁରେ ହସ ଫୁଟାଇଛି ଧନେଇ ଜଳଭଣ୍ଡାର

ପୋଲସରା, (ଅନିଲ ମହାରଣା): ଅଭିଯୋଗ ହୋଇଥିଲା ଧନେଇ କେନାଲରେ ଶେଷ ମୁଣ୍ଡକୁ ପାଣି ଯାଉନାହିଁ। ବର୍ଷା ନାହିଁ , ଯଦି କେନାଲରେ ପାଣି ଯାଉନାହିଁ ତେବେ ଧନେଇ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଜମିରେ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଶେଷ ହେଲା କିପରି ? ବର୍ଷା ନହେବା ଯୋଗୁଁ ଅଣଜଳସେଚିତ ଜମିର ଏକ ପ୍ରତିଶତ କ୍ଷେତରେ ଧାନରୁଆ କାର୍ଯ୍ୟ ହୋଇନଥିବା ବେଳେ ଧନେଇ ଜଳ ଭଣ୍ଡାରର ୨୦ କିଲୋ ୪୫୦ ମିଟର ଦୈର୍ଘ୍ୟ ସିମେଣ୍ଟ କଂକ୍ରିଟ କେନାଲରେ ଗତ ଜୁଲାଇ ୨୩ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପାଣି ଛାଡିବା ଦ୍ୱାରା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଜମିରେ ଚାଷ କାମ ଶେଷ ହେବା ସହ ଚାଷୀ ମୁହଁରେ ହସ ଫୁଟି ପାରିଛି ଓ ଧାନ କ୍ଷେତରେ ସବୁଜ ଲହରୀ ଦେଖିବାକୁ ମିଳିଛି। କେତକ ବ୍ୟକ୍ତି କେନାଲରେ ପାଣି ଯାଉନାହିଁ ବୋଲି ଅଭିଯୋଗ କରିବା ଉଦ୍ଦେଶ୍ୟ ମୂଳକ ଓ ଭିତ୍ତିହୀନ ସାବ୍ୟସ୍ତ ହୋଇଛି। ଅଭିଯୋଗ ପରେ ଧନେଇ ଜଳଭଣ୍ଡାର ଦାୟିତ୍ୱରେ ଥିବା ସହ ନିର୍ବାହୀ ଯନ୍ତ୍ରୀ ଇଂ. ବିଷ୍ଣୁ ଚରଣ ସାହୁ ନିଜ ବିଭାଗ ଅନୁଜ ଯନ୍ତ୍ରୀ ମାନଙ୍କ ସହ ୨୦.୪୫ କିମି ଦୈର୍ଘ୍ୟ ମୁଖ୍ୟ କେନାଲର ତଳ ମୁଣ୍ଡର ମଥୁରା,କଲମ୍ବ, ପାଇକଜମୁନା, ମଧୂପଲ୍ଲୀ ପ୍ରଭୃତି ଗ୍ରାମ ସହ ମଥୁରା ମାଇନରରେ ଅନୁଧ୍ୟାନ କରିଥିଲେ। ସବୁଠାରେ କେନାଲରେ ପାଣିଯାଉଥିବା ବେଳେ କ୍ଷେତରେ ଧାନ ଗଛ ହସୁଥିବା ଦେଖି ଖୁସି ହେବାସହ ବର୍ଷା ଅଭାବ ଯୋଗୁଁ ଜଳ ନଷ୍ଟ ନକରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ତତ୍ ସଙ୍ଗେ ସହନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ କରିଥିଲେ କ୍ରମାନୟରେ ପାଣି ଛଡ଼ାଯିବା ଯୋଗୁଁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଜମିରେ ଚାଷ କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ଷା ଅଭାବ ଯୋଗୁଁ ଅନ୍ୟାନ୍ୟ ଜଳଭଣ୍ଡାର ଗୁଡିକରେ ଜଳସେଚନ ପାଇଁ ଜଳ ଗଛିତ ନଥିବା ବେଳେ ଧନେଇ ଜଳଭଣ୍ଡାରରେ ଆହୁରି ୫୬ ପ୍ରତିଶତ ଜଳ ଗଚ୍ଛିତ ରହିପାରିଛି। କେନାଲର ତଳ ମୁଣ୍ଡରରେ ଥିବା ଚାଷୀ ମଧ୍ୟ ଧନ୍ୟବାଦ ଦେଉଛି ଧନେଇ ଜଳଭଣ୍ଡାର ଜଳ ଯୋଗାଣକାରୀ ଅଧିକାରୀମାନଙ୍କୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ