ସ୍ୱେଚ୍ଛକୃତଭାବେ ଅବସର ଗ୍ରହଣ କଲେ ୩ ଡାକ୍ତର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଏମକେସିଜି ମେଡିକାଲର ଅଧିକ୍ଷକ ଡାକ୍ତର ଚରଣ କୁମାର ପଣ୍ଡା ଶୁକ୍ରବାର ତାଙ୍କ ପଦବୀରୁ ସ୍ୱେଚ୍ଛାକୃତଭାବେ ଅବସର ଗ୍ରହଣ କରିଛନ୍ତି । ଏହାକୁ ନେଇ ମେଡିକାଲର ଡାକ୍ତର,କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ହଇଚଇ ସୃଷ୍ଟି ହୋଇଯାଇଛି । ସୁଚନାଯୋଗ୍ୟ ଆଇଏଏସ ଅଧିକାରୀ ଡା. ପ୍ରଦୀପ୍ତ ମହାପାତ୍ରଙ୍କୁ ଏମକେସିଜିର ପ୍ରଶାସନିକ ଅଧିକାରୀ ଦାୟିତ୍ୱ ମିଳିବାର ଗୋଟିଏ ଦିନ ପରେ ହଠାତ ସ୍ୱେଚ୍ଛାକୃତ ଭାବେ ଅଧିକ୍ଷକ ପଦବୀରୁ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି । ତେବେ ୫-ଟି ସଚିବଙ୍କ ରାଜ୍ୟର ବିଭିନ୍ନ ମେଡିକାଲକୁ ଘନ ଘନ ଗସ୍ତ ଏହାର କାରଣ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିପରି ଗତ ୮ମାସ ପୂର୍ବେ ଡାକ୍ତର ଚରଣ ପଣ୍ଡାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ସ୍ୱେଚ୍ଛାକୃତ ଅବସରରେ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସିନଥିବାରୁ ଶନିବାର ସେଲ୍ଫ ରିଲିଭ ଅର୍ଡର ତାଙ୍କ ଷ୍ଟେନୋଙ୍କୁ ଦେଇଥିଲେ । ଅନ୍ୟପଟେ ଗତ ଦୁଇମାସ ପୂର୍ବେ ସ୍ତାନୀୟ ସିଟି ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ପ୍ରମୋଦ ପଟ୍ଟନାୟକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ।


