ସଆରସିଙ୍କ ଗାଇଡ୍ ଲାଇନ୍ ଜାରି : ବିନା ଭକ୍ତରେ ହେବ ପୂଜା

ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଗତବର୍ଷ ଭଳି ଏବର୍ଷ ବି ବିନା ଭକ୍ତରେ ହେବ ପୂଜା ପାର୍ବଣ । ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ନେଇ ସୋମବାର ସ୍ୱତନ୍ତ୍ର ରିଲିଫ୍ କମିଶନର ମାର୍ଗଦର୍ଶିକା ଜାରି କରି ଏହା ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ । ଅପରପକ୍ଷରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି । ଏସଆରସିଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ କଟକଣା ସହ ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି ଦିଆଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ ।ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜା ହୋଇପାରିବ ନାହିଁ କିମ୍ବା ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ । ସବୁ ପୂଜାମଣ୍ଡପରେ ୪ଫୁଟରୁ କମ୍ ଉଚ୍ଚତାରେ ମୂର୍ତି ହେବ । ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ । ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ । କର୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତାଙ୍କୁ ମିଶାଇ ୭ଜଣଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାତ୍ରା ହେବ ନାହିଁ । କୁତ୍ରିମ ପୋଖରୀରେ ମୂର୍ତି ବିସର୍ଜନ ହେବ ।ଏହାଛଡ଼ା କୋଭିଡ୍ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ । ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି । କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ । ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମୁନସିପାଲ୍ କମିଶନର ଓ କଟକ-ଭୁବନେଶ୍ୱର କମିସନରେଟ୍ ପୋଲିସକୁ ଦାୟିତ୍ୱ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ