ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ସୋରୋସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ କଟକସ୍ଥିତ ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ସରେଶ କୁମାର ନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ରାଜୀବ ଲୋଚନ ସାହୁ ମଞ୍ଚ ସଂଯୋଜନା, ଶିକ୍ଷକ ସୁଧାଂଶୁ ପୃଷ୍ଟି ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ଶୁଭ୍ରାଂଶୁ ଶେଖର ସ୍ୱାଇଁ ବେଦପାଠ, ପ୍ରଶାନ୍ତ କୁମାର ଜେନା ଅତିଥି ପରିଚୟ, ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ଏଥିସହିତ ସର୍ବ ଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଥିବା ବ୍ଲୁମ୍ ଅଲମ୍ପିୟାଡ ତ୍ରାଇ ଆରାଧ୍ୟା ଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ର ତଥା ଜାତୀୟ ପୁରସ୍କୃତ ସାଇ ପ୍ରକାଶ ନାୟକଙ୍କ ଦ୍ୱାରା ଯୋଗ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଦୀପ୍ତ କୁମାର ନାୟକ, ଅନ୍ତର୍ଯ୍ୟାମୀ ବେହେରା, ଲକ୍ଷ୍ମୀଧର ଜେନା, ହିମାଂଶୁ ଶେଖର ବେହେରା, ସହୀଦ ସଂଗ୍ରାମ ସା, ସୁଶାନ୍ତ କୁମାର ସେଠୀ, ବିଭୁତି ଭୂଷଣ ଧଳ, ଶିକ୍ଷୟିତ୍ରୀ ସ୍ମୃତିରେଖା ଦାସ, ମନ୍ଦାକିନୀ ଭାଟ୍ଟରାୟ, ପ୍ରଜ୍ଞା ପରମିତା ପାଇକରାୟ, ଶ୍ରାବଣୀ ସଙ୍ଗୀତା ସାହୁ, ଭାଗ୍ୟଶ୍ରୀ ବାରିକ, ହରପ୍ରିୟା ମାଝୀ, ଜିନୁତା ଜେନା, ଗୌରୀରାଣୀ ପାଣିଗ୍ରାହୀ, ଲୋପାମୁଦ୍ରା ସାହୁ, ପ୍ରଣତି ସାହୁ, କଳ୍ପନା ମହାପାତ୍ର, ରେହେମାତୁନ ଖାତୁନ, ସବନମ୍ ଖାତୁନ, ସ୍ମୃତିପ୍ରଭା ସେଠୀ ପ୍ରମୁଖ ସହଯୋଗ କରିଥିଲେ ।


