ସିବିଏସଇ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
ଗୁଣପୁର,(ୱାଇଏନଏସ): କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର, ଛାତ୍ରୀ ଚଳିତ ବର୍ଷ ସି. ବି. ଏ ସି. ଦଶମ ପରୀକ୍ଷାରେ ଶତ ପ୍ରତିଶତ ରିଜଲ୍ଟ ହାସଲ କରିଥିବା ବେଳେ ଶ୍ରୁତି ପ୍ରଜ୍ଞା ଦାଶ ୯୮.୮ ପ୍ରତିଶତ ମାର୍କ ରଖି ଟପର ହୋଉଛନ୍ତି। ସେହିପରି ଲିଙ୍ଗମ ଲକ୍ସିତା ୯୮ ପ୍ରତିଶତ ରଖି ଦ୍ଵିତୀୟ ଶୁଭସ୍ମିତା ସାହୁ ୯୬.୨୦ ,ଅଭିଜିତ ମିଶ୍ର ୯୬ ଏବଂ ସଂଗ୍ରାମ ଦାସ ୯୫.୨୦ ପ୍ରତିଶତ ମାର୍କ ରଖି ସ୍କୁଲର ସୁନାମ ରଖିଛନ୍ତି। ଅନୁଷ୍ଠାନର ଏଗାର ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି। ସେହିପରି ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ୩୩ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଏହି ସଫଳତା ପାଇଁ ସ୍କୁଲର ପରିଚାଳନା କମିଟି ମୋନନିତ ଆଧ୍ୟକ୍ଷ ତଥା ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ, ପରିଚାଳନା କମିଟି ସଦସ୍ୟ ଅକ୍ଷୟ ଦାଶ, ଡ଼. ଚନ୍ଦ୍ରଧ୍ୱଜ ପଣ୍ଡା ଓ ପ୍ରିନସିପାଲ ସୌରଭ ଜୈନ ପ୍ରମୁଖ କୃତିତ୍ବ ହାସଲ କରିଥିବା ପିଲାଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।


