କୋଣାର୍କବାସୀଙ୍କ ପାଇଁ ଇନଡୋର ଷ୍ଟାଡିୟମ ଭେଟି, ମୁଖ୍ୟମନ୍ତ୍ରୀଙ୍କୁ ଅଂଚଳବାସୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ
କୋଣାର୍କ, (ଗଣେଶ ବେହେରା):କୋଣାର୍କ ଏନଏସି ଅନ୍ତର୍ଗତ ୧୩ ଗୋଟି ଓ୍ବାର୍ଡ ସମେତ ଅଂଚଳ ସଂଲଗ୍ନ ଗ୍ରାମପଞ୍ଚାୟତ ମାନଙ୍କରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନୂତନ ଭାବେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବାରୁ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ କୋଣାର୍କ ଅଂଚଳବାସୀ ଙ୍କ ପକ୍ଷରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଅର୍ପଣ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନୂତନ ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅଂଚଳବାସୀ ଙ୍କ ଦାବି ଓ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଉଦ୍ୟମରେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଂଚଳବାସୀ ମାନଙ୍କୁ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ଭେଟି ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ ୬କୋଟି ୯୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଉପଲକ୍ଷେ କୋଣାର୍କ ଯାତ୍ରୀନିବାସ ସମ୍ମେଳନ କକ୍ଷ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା ବରିଷ୍ଠ ସମାଜସେବୀ ବ୍ରଜବନ୍ଧୁ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସମାରୋହରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ କୋଣାର୍କର କ୍ରୀଡା ଭିତ୍ତିଭୂମିର ବିକାଶ ଓ କ୍ରୀଡାବିତ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୋଣାର୍କ ଠାରେ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬କୋଟି ୯୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କୃତଜ୍ଞତା ଜ୍ଞାପନ କରିବା ସହ ଅଂଚଳବାସୀ ଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ବିଜେଡି ମହିଳା ସଭାନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ଭାନୁମତୀ ରାଉତରାୟ, କୋଣାର୍କ ଫୁଟବଲ ଆସୋସିଏଶନ ସଂପାଦକ ପୂର୍ଣ୍ଣଚନ୍ଦ୍ର ମୁରୁଡି, ଶଶିଭୂଷଣ ବାରିକ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ରାଜକିଶୋର ମହାପାତ୍ର, ପୂର୍ବତନ କାଉନସିଲର ସଂଯୁକ୍ତା ତ୍ରିପାଠୀ, ପଦ୍ମଚରଣ ବେଉରା, ଶତ୍ରୁଜିତ ନାୟକ, ସୁଶାନ୍ତ ବେଉରା,କେଦାର ମାଲିକ,କ୍ରୀଡାବିତ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରି କୋଣାର୍କ ବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇନଡୋର ଷ୍ଟାଡିୟମ ଭେଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।