ଷୋଳମପୁର ପଂଚାୟତ ଠାରେ ବିଜେଡି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତ ମୁଢାପଦା ବୈଦନାଥ ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରୀୟ ବିଜେଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ନେତା ଅରବିନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଇଂ ପ୍ରୟାସ କାନ୍ତି ସାମଲ ଯୋଗଦେଇ କର୍ମୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ। ବିଶେଷ କରି ଉନ୍ନୟନ ମୂଳକ କାର୍ଯ୍ୟ ଓ ସାଙ୍ଗଠନିକ ସ୍ଥିତି ନେଇ ବରିଷ୍ଠ କର୍ମୀଙ୍କ ଠାରୁ ଶ୍ରୀ ସାମଲ ପଚାରି ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୌରପରିଷଦର ପ୍ରାକ୍ତନ ପୋୖରାଧ୍ୟକ୍ଷ ଭଵ ପ୍ରସାଦ ଦାସ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ତଥାଗତ ସାମଲ, ଭଦ୍ରକ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଉତ୍କଳ କେଶରୀ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ପଞ୍ଚାୟତ ସ୍ତରୀୟ ବିଜେଡି ନେତା ବିଦ୍ୟାଧର ଜେନା, ନରେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ନାୟକ, ସୁଶାନ୍ତ ବେହେରା, ସରୋଜ ବେହେରା, ଗଜେନ୍ଦ୍ର ଦାସ ବୈଠକରେ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ନେତୃତ୍ୱଙ୍କୁ ଅବଗତ କରିଥିଲେ। ଏହି ଅବସରରେ ଅନ୍ୟଦଳ ପରିତ୍ୟାଗ କରି ଦୁଇଗୋଟି ପରିବାର ବିଜେଡି ଦଳରେ ସାମିଲ ହୋଇଥିଲେ। ବୈଠକରେ ୨୦ଗୋଟି ୱାର୍ଡର ଛାମୁଆ ଓ ଯୁବ କର୍ମୀମାନେ ଯୋଗଦେଇଥିବା ବେଳେ ପଂଚାୟତ ଯୁବ ବିଜେଡି ସଭାପତି ସୁରଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


