ଗଜପତିର ଏକମାତ୍ର କାଶୀନଗର ଏନ୍ଏସି ଜବରଦଖଲକାରୀଙ୍କ କବଜାରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ହୀରକ ଜୟନ୍ତୀ ହେବାକୁ ଯାଉଛି । ତଥାପି ଏନ୍ଏସି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ କବଜାରେ ରହିଛି । ବିକାଶର ନାଆ ଧରୁନି ଏନଏସିର ମୁଖ୍ୟ ସ୍ଥାନ ଗୁଡିକ । ବଡବଡିଆଙ୍କ କବଜାରେ ରହି ଭଡାରେ ଲାଗିଛି ଅନେକ ଏନ୍ଏସି ଗୃହ । ସମଗ୍ର ରାଜ୍ୟରେ ସରକାର ନଗର ଗୁଡିକ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଜବରଦଖଲ ହଟାଯାଇଛି । ବଡବଡ ଅଟାଳିକା ଭଙ୍ଗା ଯାଇଛି କିନ୍ତୁ ଦୀର୍ଘ ୪୫ବର୍ଷ ହେଲାଣି ଏନ୍ଏସିର ଅନେକ ଜାଗା ଜବରଦଖଲ ରଖି କେତେକ ବ୍ୟକ୍ତି ଏହାକୁ ବିକ୍ରି ମଧ୍ୟ କରିଦେଇଛନ୍ତି । କିନ୍ତୁ ପ୍ରଶାସନ କିମ୍ବା ପରିଷଦ ମଧ୍ୟ ଏଦିଗରେ ଧ୍ୟାନ ଦେଉନାହିଁ । ମୁଖ୍ୟ ରାସ୍ତା ଅବରୋଧ ଯାନବାହାନ ଯାତାୟତ ନିମନ୍ତେ ବହୁ ଅସୁବିଧା ହେଉଛି ଓ ଦୁର୍ଘଟଣା ବଢୁଛି । କାଶୀନଗରରେ ସ୍ଥାନ ଅଭାବରେ ବହୁ କାର୍ଯ୍ୟାଳୟ ଗୁଡିକ ଏଠାରୁ ୧୦କିମି ନିଛାଟିଆ ପଲ୍ଲି ଅଞ୍ଚଳରେ ଚାଲୁ ରହିଛି । କାଶୀନଗରରେ ପ୍ରତି ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଜାଗା ନାହିଁ । ମହିଳା କେନ୍ଦ୍ରସଭା ଗୃହ ନିମନ୍ତେ ଗୋଷ୍ଠୀ ଗୃହ ନିର୍ମାଣ ହୋଇପାରି ନାହିଁ । କାଶୀନଗର ମୁଖ୍ୟ ରାସ୍ତା ଅବରୋଧ ମୁଖ୍ୟ ରାସ୍ତା ପଟେଲ ରୋଡ ଓ ଫରେଷ୍ଟ ଛକ ରାସ୍ତା ନିକଟରେ ଦୋକାନ ଗୁଡିକ ଡ୍ରେନ ନିର୍ମାଣ ନିମନ୍ତେ ଉଚ୍ଛେଦ କରାଗଲା । ସେହି ଦୋକାନୀ ମାନଙ୍କୁ ଗୃହ ନିର୍ମାଣ କରି ଦିଆଯ ିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଡ୍ରେନ ନିର୍ମାଣ ହୋଇସାରିଲା ପରେ ଦୋକାନ ଘର ତିଆରି କରାଯାଇ ଭଡା ଦିଆଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ସ୍ଥାନରୁ ଦୋକାନ ଗୁଡିକ ଉଠାଯାଇ ପାଖରେ ନିର୍ମାଣଧୀନ ଡ୍ରେନ ଉପରେ ଥଇଥାନ କରାଯାଇଛି । ଉଚ୍ଛେଦ ହେବା ନିଷ୍ପତ୍ତି ଭିତରେ ଦୁଇ ଜଣ ଜିଲ୍ଲାପାଳ, ତିନି ଜଣ ତହସିଲଦାର ଉଦ୍ୟମ କରି ବଦଳି ହୋଇଯାଇଛନ୍ତି କିନ୍ତୁ ଯେଉଁ ଅବରୋଧକୁ ସେ ଅବରୋଧରେ ରହିଛି କାଶୀନଗର ଏନ୍ଏସି । କାଶୀନଗର ସଚେତନତା ନାଗରିକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ପାଇପାରିନାହାନ୍ତି । କାଉନସିଲ ବୈଠକରେ ନିଷ୍ପତ୍ତି ହେବା ପରେ ନିର୍ବାଚନ ଆଳରେ, ବର୍ତ୍ତମାନ କରୋନା ବେଳେ ଉଚ୍ଛେଦ ନିମନ୍ତେ ଉଚ୍ଛେଦ କରାଯାଉ ନାହିଁ । ଏନେଇ କାଶୀନଗର ଉଠା ଦୋକାନୀ ସଂଘର ସଭାପତି ପ୍ରଫୁଲ କୁମାର ପାଢୀ, ଏମ୍.ତିରୁପତି ଏଭଳି ଅନେକ ଉଠା ଦୋକାନୀମାନେ ଜୀବନ ଜୀବିକା ପାଇଁ ଉକ୍ତ ସ୍ଥଳରେ ଗୃହ ନିର୍ମାଣ କରି ଦିଆଯିବାକୁ ଦାବି କରିଛନ୍ତି ।