ବିଜେପିରେ ସାମିଲ ହେଲେ ଦୀପା ମଲ୍ଲିକ

୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଦେଶର ସୁନାମଧନ୍ୟା ପାରା ଅଲମ୍ପିଆନ୍ ଆଥ୍ଲେଟ୍ ଦୀପା ମଲ୍ଲିକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ହରିଆଣା ବିଜେପି ପ୍ରଭାରୀ, ବିଜେପିର ରାଷ୍ଟ୍ରୀୟ ମହାସଚିବ ଡଃ ଅନିଲ ଜୈନ ଏବଂ ହରିୟାଣା ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଳାଙ୍କ ଉପସ୍ଥିତିରେ ତାଙ୍କୁ ଦଳକୁ ସ୍ୱାଗତ କରାଯାଇଥିଲା । ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସନ୍ଧ୍ୟା ୪ଟାରେ ଦୀପା ବିଜେପିରେ ଯୋଗଦେଇଛନ୍ତି ।
ପାରା ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ଜିତିଥିବା ଏବଂ ଦେଶକୁ ଗୌରବାନ୍ୱିତ କରିଥିବା ଦୀପା ବିଜେପିରେ ଯୋଗଦେଇଥିବାରୁ ଏହା ଦଳକୁ ଆହୁରି ସଶକ୍ତ କରିବ ଏବଂ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସେ ପ୍ରେରଣାର କାରଣ ସାଜିବେ ବୋଲି ଡଃ ଅନିଲ ଜୈନ୍ କହିଛନ୍ତି । ଅନ୍ୟପକ୍ଷେ ବିଜେପି ବିଭିନ୍ନ ସ୍ଥାନରେ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ହରିଆଣା ପାଇଁ ଆଜି ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସମ୍ଭବତଃ ଦୀପାଙ୍କୁ ଦଳ ହରିଆଣାରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ