ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଫ୍ରିଡମ ରନ-୨୦୨୧ର ଆୟୋଜନ କରାଯାଉଛି । ସ୍ୱାଧୀନତାର ୭୫ବର୍ଷ ପାଳନକୁ କେନ୍ଦ୍ର ସରକାର ଆଜାଦିକା ଅମୃତ ମହୋତ୍ସବ ଭାବରେ ପାଳନ କରୁଥରବା ପରିପ୍ରେକ୍ଷୀରେ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଫିଟ ଇଣ୍ଡିଆ ଓ ଫ୍ରିଡମ ରନ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଗତବର୍ଷ ମାର୍ଚ୍ଚ ୧୨ତାରିଖରେ ଆଜାଦିକା ଅମୃତ ମହୋତ୍ସବ ଉଦଘାଟନ ପର୍ବ ଉପକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଉଦବୁଦ୍ଧ ହୋଇ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଆନୁକୁଲ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏହି ଅଭିଯାନରେ ସମଗ୍ର ଦେଶର ୪୨.୧୮ଲକ୍ଷ ଯୁବ ସ୍ୱେଛାସେବୀ ଅଂଶଗ୍ରହଣ କରିବେ । କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧିନସ୍ତ କେନ୍ଦ୍ରାପଡା ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଚଳିତମାସ ୧୩ତାରିଖରୁ ଅକ୍ଟୋବରମାସ ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଫିଟ ଇଣ୍ଡଆ ଓ ଫ୍ରିଡମ ରନ ଆୟୋଜନ କରାଯାଉଛି । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ଯୁବ ସ୍ୱେଛାସେବୀମାନେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଜନ ଭାଗିଦାରି, ଜନ ଆନ୍ଦୋଲନ ଶୀର୍ଷକ ପ୍ରସଙ୍ଗ ଆଧାରିତ ଏହି ଫ୍ରିଡମ ରନରେ ଜିଲ୍ଲାର ୭୫ଟି ଗ୍ରାମରୁ ୭୫ଜଣ ଯୁବ ସ୍ୱେଛାସେବୀ ସାମିଲ ହେବେ । ଏହି ଅଭିଯାନରେ ଜାତୀୟ ସଂଗୀତ ପରିବେଶଣ ସାଙ୍ଗକୁ ଦୈାଡ କାର୍ଯ୍ୟକ୍ରମ ପ୍ରତି ଗ୍ରାମରେ ଅନୁଷ୍ଠିତ ହେବ । ଅଭିଯାତ୍ରୀମାନେ ବ୍ୟାନର ଓ ପ୍ଲାକାର୍ଡ ଧାରଣ କରିବେ ଓ ସେମାନଙ୍କୁ ବିଶିଷ୍ଟବ୍ୟକ୍ତି, ନିର୍ବାଚିତ ଲୋକ ପ୍ରତିନିଧ, ସମାଜସେବୀ,ଗଣମାଧ୍ୟମ ବ୍ୟକ୍ତିତ୍ୱ ପ୍ରମୁଖ ଯୋଗଦାନ ପୂର୍ବକ ଉତ୍ସାହିତ କରିବେ । ଫିଟ ଇଣ୍ଡିଆ ଓ ଫ୍ରିଡମ ରନର ପ୍ରମୁଖ ଆଭିମୁଖ୍ୟ ହେଉଛି ଜୀବନଧାରାରେ ଶରୀର ଚର୍ଚ୍ଚାକୁ ପ୍ରାଧାନ୍ୟ ଦେଇ ଆଳସ୍ୟ, ଅବସାଦ, ଉତ୍କଣ୍ଠା ତଥା ରୋଗବ୍ୟାଧିକୁ ଦୂର କରିବା ଲକ୍ଷ୍ୟରେ ଦୈନିକ ଅନ୍ତତଃ ଅଧଘଣ୍ଟାଏ ଦୈାଡ ତଥା ଶରୀର ଚର୍ଚ୍ଚା ଇତ୍ୟାଦିରେ ବିନିଯୋଗ କରିବା । କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଆବଶ୍ୟକ ସ୍ଥଳେ ଭର୍ଚ୍ଚୁଆଲ ଓ ପ୍ରତ୍ୟେକ୍ଷ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ