ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦେଶନାମା ଅନୁଯାଇ କୋଭିଡ କଟକଣା ମଧ୍ୟରେ ଏହି ଦିବସ ପାଳନ କରାଯିବ । ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବା ସହ ପୋଲିସ ବାହିନୀର ଗୋଟିଏ ଦଳ ଦ୍ୱାରା ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରାଯିବ । କୋଭିଡ ଯୋଦ୍ଧା,ପୋଲିସ ବାହିନୀ, ମୁଖ୍ୟ ଅତିଥିଙ୍କ ସମେତ ମୋଟ ୫୦ଜଣରୁ ୭୫ଜଣଙ୍କୁ ସାମିଲ କରାଯିବ । ପ୍ୟାରେଡ କିମ୍ବା ଅନ୍ୟ କୈାଣସି କାର୍ଯ୍ୟକ୍ରମ କରାଯିବ ନାହିଁ । ଅଗଷ୍ଟ ୧୫ତାରିଖ ସକାଳ ୯ଟା ୧୫ମିନିଟ ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସମସ୍ତ ଆରକ୍ଷୀ ବାହିନୀ ଦ୍ୱାରା ରାଷ୍ଟ୍ରୀୟ ସାଲ୍ୟୁଟ ଓ ପୋଲିସ ବ୍ୟାଣ୍ଡରେ ଜାତୀୟ ସଂଗୀତ ଧୁନ ପରିବେଷଣ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯିବ । କରୋନା ମହାମାରୀ ସମୟରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡିକର୍ମୀ ସର୍ବମୋଟ ୧୫ଜଣଙ୍କୁ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ କଟକଣା ହେତୁ ଉତ୍ସବକୁ ସର୍ବସାଧାରଣ ଏବଂ ଛାତ୍ରଛାତ୍ରୀଙ୍କୁ ବାରଣ କରାଯାଇଥିବାରୁ ନିରାଡମ୍ବର ଭାବେ କେବଳ ଔପଚାରିକତା ରକ୍ଷା କରି ଏହି ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ତଦନୁଯାଇ ସୀମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରଣ କରାଯିବାବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକସ୍ୱାଗତ ଭାଷଣ ପ୍ରଦାନ ସହ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ପୋଲିସ ରିଜର୍ଭ ଇନସପେକ୍ଟର ହେମନ୍ତ କୁମାର ଦାସ, ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅମୀୟ ରଞ୍ଜନ ସିହ୍ନା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ କନ୍ଦ ଜେନା ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ