କେନ୍ଦ୍ରାପଡା ଜିଲାରେ ଆଜି ୨୯କରୋନା ପଜିଟିଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୨୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୨ଜଣ, ଗରଦପୁର ବ୍ଲକରେ ୨ଜଣ, କେନ୍ଦ୍ରାପଡା ବ୍ଲକରେ ୮, ମହାକାଳପଡା ବ୍ଲକରେ ୭ଜଣ, ମାର୍ଶାଘାଇ ବ୍ଲକରେ ୪ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୨ଜଣ ଓ ରାଜକନିକା ବ୍ଲକରେ ୩ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


