ଦିଅର ର ଆକ୍ରମଣରେ ଭାଉଜ ଗୁରୁତର

ବୁଗୁଡା (ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମରେ ଘରୋଇ କଳିରୁ ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଦିଅର ଙ୍କ ଆକ୍ରମଣରେ ଭାଉଜ ଲିଲି ପୋଲାଇଙ୍କ ମୁଣ୍ଡ ଫାଟି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛି ଯେ ଭାମଶ୍ୟାଳି ଗ୍ରାମର ପୋଲାଇ ପରିବାରର ଘର ଭାଗବଣ୍ଟକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ବଡ ଭାଇ ବାହାରକୁ କାମକରିବାକୁ ଚାଲିଯାଇଥିବା ବେଳେ ଗ୍ରାମରେ ତାଙ୍କ ପତ୍ନୀ ଲିଲି ପୋଲାଇ ଓ ଛୁଆମାନେ ରହୁଥିଲେ। ଯାହା ଫଳରେ ଲିଲି ପୋଲାଇଙ୍କ ସହ ତାଙ୍କ ଦିଅର ବରୁଣ ପୋଲାଇ ଓ ବରୁଣଙ୍କ ପତ୍ନୀଙ୍କ ସର୍ବଦା କଲି କଜିଆ ଲାଗିରହୁଥିଲା। ଆଜି ସେହି କଳି ଉଗ୍ର ରୂପ ଧାରଣ କରିବା ଯୋଗୁଁ ନିଜର ପତ୍ନୀଙ୍କ ସହଯୋଗରେ ବରୁଣ ପୋଲାଇ ନିଜର ଭାଉଜ ଲିଲି ପୋଲାଇଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ଲିଲି ପୋଲାଇଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ସହ ଅଚେତ ହୋଇ ପଡିଯାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଗୁରୁତର ଆହତ ହୋଇଥିବା ଲିଲି ପୋଲାଇଙ୍କୁ ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଲିଲି ପୋଲାଇଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର କରାଯାଇଥିଲା। ଗୁଗୁଡା ପୋଲିସ ମେଡିକାଲ ଯାଇ ଅନୁସନ୍ଧାନ କରି ଫେରିଥିଲେ ମଧ୍ୟ ଅଭିଯୋଗ ହୋଇ ନଥିବା ଯୋଗୁଁ ମାମଲା ରୁଜୁ ହୋଇନଥିବା ବେଳେ ପୋଲିସ ବରୁଣ ପୋଲାଇକୁ ଅଟକ ରଖି ଜେରା କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ