ପୌର ନିର୍ବାଚନ ବିଲମ୍ୱ ନେଇ ଆପତି ଉଠାଇଲେ ମନ୍ତ୍ରୀ ସମୀର ଦେ

କଟକ:(ଦୀପକ କୁମାର ବେଉରା)କଟକ ମହାନଗର ନିଗମର ମେୟର ଓ ପୌରପାଳିକାର ଅଧ୍ୟକ୍ଷଙ୍କୁ ଲୋକେ ସିଧାସଳଖ ନିର୍ବାଚିତ କରିବେ । ଏନେଇ ଗତକାଲି ନଗର ଉନ୍ନୟନ ବିଭାଗ ଚିଠା ବିଜ୍ଞପ୍ତି ଜାରି କରିଥିବାବେଳେ ଏ ସମ୍ପର୍କରେ କୌଣସି ଆପତ୍ତି ଅଭିଯୋଗ ଥିଲେ ତାହାକୁ ୩୦ ଦିନ ମଧ୍ୟରେ ଜଣାଇବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।ସେପଟେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୌର ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ । ମେୟର ଓ ପୌରପାଳିକାର ଅଧ୍ୟକ୍ଷଙ୍କ ସିଧାସଳଖ ନିର୍ବାଚନ ନେଇ ବିଜ୍ଞପ୍ତିକୁ ସ୍ବାଗତ କରିଥିଲେ ମଧ୍ୟ ଆଗେ ପୌର ନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ଏବଂ ଏହା କେବେ ହେବ ତାହା ସ୍ପଷ୍ଟ କରିବା ପାଇଁ ଦାବି କରିଛନ୍ତି ସମୀର ଦେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ