ବିିଧାୟକଙ୍କ ପାଣ୍ଠିରୁ ମାସ୍କ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ସ୍ଥିତ କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାପୀଠ ଠାରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ହାତପାଣ୍ଠିରୁ କରୋନା ମହାମାରୀ ସମୟରେ ସମସ୍ତ ବିଦ୍ୟାଳୟ ମାନଙ୍କୁ ମାସ୍କ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଆଜି ଦେଓପଦା ସ୍କୁଲ ଠାରେ ପହଞ୍ଚି ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ଓ ସାଇନିଟାଇଜର ପ୍ରଦାନ କରିଥିଲେ । ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରାଯାଇଥିଲା । କରୋନା ଭୂତାଣୁ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ସାମଲ ସଚେତନତା କରିବା ସହ ସରକାରଙ୍କ ନିୟମ ମାନି ଜୀବନଚର୍ଯ୍ୟା ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ କେଶରୀ ମହାନ୍ତି, ପ୍ରସନ୍ନ ସାହୁ, ବିନୋଦ ବିହାରୀ ରାଉତ, ସଂଜୀବ ରାଉତ, ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


