ଏସିଏଫ୍‌ଓ ସୌମ୍ୟରଂଜନ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଲା କ୍ରାଇମ୍ ବ୍ରାଞ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗର ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ ନେଇଥିବାର ଜଣାପଡିଛି . ସୌମ ରଂଜନଙ୍କ ମୃତ୍ୟୁମାମଲାକୁ ୧ମାସରୁ ଅଧିକ ସମୟ ବିତିଗଲାଣି ତଥାପି ସସ୍‌ପେନ୍ସ ବଢିବାରେ ଲାଗିଛି । ତଦନ୍ତ ଚାଲୁ ରହିଛି ହେଲେ ରହସ୍ୟର ପରଦା ହଟୁନାହିଁ । ବିଭିନ୍ନ ମହଲରେ ଏନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠିଛି । ଏହାକୁ ଦେଖି ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର ସମ୍ପୂର୍ଣ୍ଣ ଭାବେ କ୍ରାଇମ୍ ବ୍ରାଞ୍ଚକୁ ଦେଇଛନ୍ତି । ଆଜି ପାରଳାଖେମୁଣ୍ଡି ଠାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱ ୩ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ରାଜ୍ୟ ଫରେନ୍ସିକ ଦଳ, ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ, ଫଟୋ ଗ୍ରାଫର ସମେତ ମୋଟ ୯ଜଣ ଆସି ପହଞ୍ôଚ ପ୍ରଥମେ ପାରଳାଖେମୁଣ୍ଡି ଥାନାରେ ଆଲୋଚନା କରିଛନ୍ତି । ପରେ ଘଟଣା ଘଟଣାସ୍ଥଳ କୁହା ଯାଉଥିବା ମୃତ ଏସିଏଫଓଙ୍କ ସରକାରୀ ବାସଭବନ ଠାରେ ପହଞ୍ôଚ ୨ଘଣ୍ଟା କାଳ ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଘରର ସମସ୍ତ ଆସବାବ ପତ୍ର ଫିଙ୍ଗର ପ୍ରୀଣ୍ଟ, କେମିକାଲ ବ୍ୟବହାର ଆଦି ପରୀକ୍ଷା ଜାରି ରଖିଛନ୍ତି । ଘଟଣାର ତଦନ୍ତ ପ୍ରକ୍ରିୟା ପୁଣିଥରେ ଆରମ୍ଭରୁ କରାଯିବ ତେଣୁ କ୍ରାଇମବ୍ରାଞ୍ଚ ଟିମ୍ ପ୍ରାଥମିକ ସ୍ତରରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଏହା ସହ ବାସଭବନର ଚତୁପାଶ୍ୱର୍କୁ ମଧ୍ୟ ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଥିଲା । ଏହି କ୍ରାଇମ ବ୍ରାଞ୍ଚ ଟିମ୍ ଡିଏଫଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟା ଭାରତୀଙ୍କ ସହ ଅନ୍ୟ ମାନଙ୍କୁ ମଧ୍ୟ ଜେରା କରିପାରେ । ଏନେଇ ସ୍ପଷ୍ଟ କରିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ