ସଫେଇ କର୍ମୀଙ୍କ ଅନଶନ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଏନଏସି ପ୍ରଶାସନ ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ସହରର ବିଭିନ୍ନ ଛକ ଠାରୁ ଆରମ୍ଭ କରି ଅଂଚଳରେ କୁଢ କୁଢ ଅଳିଆ ଆବର୍ଜନା ହୋଇ ପଡିରହିଛି । ଏଥିସହ ଅଂଚଳରେ ଆବର୍ଜନା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ମିଳିଥିବା ଖବର ଅନୁଯାୟୀ ଗତକିଛି ଦିନ ହେଲା ସଫେଇ କର୍ମଚାରୀ ମାନଙ୍କର ଅସୁବିଧା ସଂପର୍କରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହି ଅଧିକାରୀ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ କୈାଣସି ଅସୁବିଧା କୁ ସମାଧାନ ନକରିବା ସହ ଆଲୋଚନା ନକରିବା ଯୋଗୁଁ ୨୭ ଜଣ କର୍ମଚାରୀ ସଫେଇ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡିଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ସହରରୁ ସଫେଇ କାର୍ଯ୍ୟ ତୁରନ୍ତ କରିବାକୁ ସହରବାସୀ ଦାବି କରିଛନ୍ତି ।


