ଭବାନିପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମମରେ ୭୫ ତମ ସ୍ୱାଧିନତା ଦିବସ ପାଳିତ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଠାରେ 75 ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ଏହି ପବିତ୍ର ଦିବସ ରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଦେଶର ମହାପୁରୁଷ ମାନଙ୍କୁ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ କଳାହାଣ୍ଡି ମାଟିର ବରପୁତ୍ର ରେଣ୍ଡୋ ମାଝୀଙ୍କ ଅବଦାନ ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଥିଲେ । ସଂର୍କିର୍ଣ୍ଣତା ଭେଦଭାବ ଭୁଲି ରାଜ୍ୟ ତଥା ଜିଲ୍ଲାର ଉନ୍ନତି ପଥରେ ଆଗେଇ ନେବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସର ରେ କଳାହାଣ୍ଡି ପେସାଦାର ସାମ୍ବାଦିକ ସଂଘ ତରଫରୁ ଜିଲ୍ଳା ର କୃତି ଛାତ୍ର ଛାତ୍ରୀ ଙ୍କୁ ସାନମାନିତ କରାଯାଇଥିଲା କ୍ଷଏହି ଅବସରରେ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ତଥା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । କୋଭିଡ ସଂକ୍ରମଣ ପାଇଁ ଦର୍ଶକ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବାରଣ କରାଯାଇ ୭୫ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ