ସ୍ୱାଧୀନତା ଦିବସ ପାଳନ ଅବସରରେ ମଧୁଛନ୍ଦା ସାହିତ୍ୟ ପରିବାରର କବିତା ଆସର
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପୁନେ ସ୍ଥିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସ୍ଵେଚ୍ଛାସେବୀ ସଂଗଠନ ନେତୃତ୍ୱାଧୀନ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମଧୁଛନ୍ଦା ସାହିତ୍ୟ ପରିବାର ତରଫରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉର୍ଜା ବିଭାଗର ବରିଷ୍ଠ ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ଯୋଗ ଦେଇ ଜନ ନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାପତିଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ସାମୁହିକ ଭାବେ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର କାର୍ୟ୍ୟକାରୀ ଅଧ୍ୟକ୍ଷା ବୈଜୟନ୍ତୀ ବାରିକ, ପ୍ରମୁଖ ସମ୍ପାଦକ ଆନନ୍ଦ ମହାପାତ୍ର,ସଦସ୍ୟ ସତ୍ୟ ପ୍ରକାଶ, ଶ୍ରୀକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ଓ ସଂଗଠନର ଓଡ଼ିଶା ସଂଯୋଜକ ତ୍ରିନାଥ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ସମ୍ପାଦକ ଜନ୍ମେଜୟ ବିଶ୍ୱାଳଙ୍କ ସଂଯୋଜନାରେ ଓଡିଶା । ଓଡିଶା ବାହାରୁ ୫୭ଜଣ ଅଭିଜ୍ଞ କବି କବୟିତ୍ରୀ ସ୍ଵାଧୀନତା ଦିବସ ପାଳନ ଶୀର୍ଷକ ବିଷୟରେ ସ୍ଵରଚିତ କବିତା ପାଠ କରିଥିଲେ ଓ ଏହି ଅବସରରେ ସଂଗଠନ ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଛୋଟ ପିଲାମାନଙ୍କୁ ନେଇ ଦେଶ ଜାତି ମାଟି ପ୍ରତି ଦେଶ ପ୍ରେମକୁ ଦ୍ବିଗୁଣିତ କରିବା ପାଇଁ ସମୟ ଅବଧି ନିର୍ଦ୍ଧାରିତ,ଆମ ସ୍ୱାଧୀନତା କେତେ ପ୍ରାସଙ୍ଗିକ,ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ତଥା ସ୍ୱୟଂଶ୍ରୀ,ଅନୂପମା,ଶୁଭମ୍, ପ୍ରତୀକ ପ୍ରିତମ୍ ଏବଂ ଅମ୍ରିତାଙ୍କୁ ଡିଜିଟାଲ୍ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମ ଆରମ୍ଭରେ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ୱୟଂଶ୍ରୀ ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ତଥା କବି ଅମୂଲ୍ୟ କୁମାର ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।


