ମିଶନ ଶକ୍ତି : ୩୨୬ ଗୃପକୁ ୬ କୋଟି ୫୨ ଲକ୍ଷ ଟଙ୍କା ଋଣ

ପୋଲସରା (ଅନିଲ ମହାରଣା): ଓଡିଶା ରାଜ୍ୟର ମିଶନ ଶକ୍ତି ବିଭାଗ ମହିଳା ସଶକ୍ତିକରଣ ପାଇଁ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ବେଳେ ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଅଗଷ୍ଟ ୧୬ ତାରିଖ ଦିନ ପୋଲସରା ବ୍ଳକର ୩୨୬ ସ୍ୱୟଂ ସହାୟକ ଗୋଷ୍ଠୀକୁ ୬ କୋଟି ୫୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ଉଦ୍ୟମ କରାଯାଇଛି। ପୋଲସରା ବ୍ଲକ ପରିସରରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳାରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ସିଡିପିଓ କୁନ୍ତାଳ କୁମାରୀ ନାୟକ ଓ ବ୍ୟାଙ୍କ ଶାଖ ପରିଚାଳକ ମହୋଦୟ ଯୋଗଦେଇ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାର ସଦୁପଯୋଗ କରାଗଲେ ନାରୀଶକ୍ତି ସୁଦୃଢ ହୋଇ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ପୋଲସରା ବ୍ଳକ ବିପିଏମ୍ ସଞ୍ଜୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଗା ସମନ୍ୱୟ ମେଳା ରେ ୩୨୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୬ କୋଟି ୫୨ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ହାରାହାରି ପ୍ରତି ଗୃପ ପିଛା ଦୁଇ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗଦେଇ ଋଣ ଟଙ୍କା ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ