ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଗତ ଚାରିଦିନ ତଳେ ସଡକ ଦୁର୍ଘଟଣାରେ ଆହତ ହୋଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସୁଲଣ ଗ୍ରାମର ଅର୍ମ୍ରିତ ପ୍ରିତମ ଜେନା(୨୨)ଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗତ ୪ଦିନ ତଳେ ଅମ୍ରିତ ଆନନ୍ଦପୁର ପଟୁ ନିଜ ଗ୍ରାମ ସୁଲଣକୁ ଆସୁଥିବାବେଳେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଆଇସିୟୁରେ ଭେକେନସି ନଥିବାରୁ ତାଙ୍କୁ ଅଶ୍ୱିନୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ସେ ସୁଲଣ ଗ୍ରାମର ଅନାମ ଚରଣ ଜେନାଙ୍କ ଏକମାତ୍ର ପୁତ୍ର ଥିଲେ । ସେ ଭଦ୍ରକ କଲେଜରୁ ଶିକ୍ଷାଲାଭ ସମାପ୍ତ କରି ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ