ଅସୁରକ୍ଷିତ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଶିକ୍ଷାଦାନ ନିମନ୍ତେ ସରକାରଙ୍କ ତରଫରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଉନ୍ନତ ମାନର ଶିକ୍ଷା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସମଣା ପଞ୍ଚାୟତର ଗିରିଗାଁ ଶ୍ରୀଧର ନୋଡ଼ାଲ ବିଦ୍ୟାଳୟରେ ଅସୁରକ୍ଷିତ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ ବ୍ୟବସ୍ଥା । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ପ୍ରଥମରେ ୧୭ଜଣ, ଦ୍ୱିତୀୟରେ ୧୫ଜଣ, ତୃତୀୟରେ ୧୨ଜଣ, ଚତୁର୍ଥରେ ୭ଜଣ, ପଞ୍ଚମରେ ୧୦ଜଣ, ୬ଷ୍ଠରେ ୧୭ଜଣ, ସପ୍ତମରେ ୧୭ଜଣ ଓ ଅଷ୍ଟମରେ ୧୯ଜଣ ଏହିପରି ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନ କରିଥାନ୍ତି । ୫ଟି ଶ୍ରେଣୀପାଇଁ ମାତ୍ର ଦୁଇଟି ଛୋଟ ଛୋଟ ଶ୍ରେଣୀଗୃହ ଥିବାବେଳେ ସେଥି ମଧ୍ୟରୁ ଗୋଟିଏ ଭାଙ୍ଗିରୁଜି ଗଲାଣି । ବର୍ଷାହେଲେ ପାଣି ଗଳୁଛି ଯେ ଛାତ୍ରଛାତ୍ରୀ ମାନେ ଠିଆ ହେବାକୁ ସ୍ଥାନ ପାଉ ନାହାନ୍ତି । ସେହିପରି ଅନ୍ୟ ଏକ ଅସୁରକ୍ଷିତ ଗୃହ ଭଙ୍ଗା ଟିଣ ଛପର ଘରେ ଷଷ୍ଠ, ସପ୍ତମ ଶ୍ରେଣୀ ଶିକ୍ଷାଦାନ ଚାଲିଛି । କେତେବେଳେ ଯେ ତାହା ଭାଭ୍‌ଗିପଡିବ ତାହା କହିହେବ ନାହିଁ । ଫଯା କାନ୍ଥ ଭିତରୁ ସାପ ବାହାରୁ ôତବାବେଳେ ପିଲାମାନେ ନିଜ ଜୀବନକୁ ପାଣିଛଡାଇ ସେହି ଭଙ୍ଗା ଘର ତଳେ ବସିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ତଳେ ବସି ଶିକ୍ଷାଦାନ କରୁଛନ୍ତି । ସରକାର ଅସୁରକ୍ଷିତ ଗୃହରେ ଶିକ୍ଷାଦାନ ନ କରିବାକୁ ନିୟମ କରିଥିବା ବେଳେ ବିଭାଗ ଅଧିକାରୀଙ୍କ ଅବହେଳା ପାଇଁ ଅସୁରକ୍ଷିତ ଟିଣ ଘରେ ଶିକ୍ଷାଦାନକୁ ନେଇ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଶୌଚାଳୟ ନଥିବାରୁ ଛାତ୍ରୀ ମାନେ ବାଧ୍ୟ ହୋଇ ବାହାରକୁ ଯାଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଗାଁର ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ପାଢ଼ୀ, ଶିକ୍ଷାବିଭାଗ ଅଧିକାରୀ, ଶିକ୍ଷାମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ବିଦ୍ୟାଳୟଟିକୁ ନୂତନ ଗୃହ ଯୋଗାଇ ଦିଆଯାଇ ନାହିଁ । କେବଳ ଅଭିଯୋଗ ପରେ ଓ ବିଭିନ୍ନ ଗଣମାଧ୍ୟମରେ ବିଦ୍ୟାଳୟର ସ୍ଥିତି ସମ୍ପର୍କରେ ଖବର ପ୍ରକାଶ ପାଇବାପରେ କେନ୍ଦୁଝର ଡିପିସି ଏହି ସ୍କୁଲକୁ ତଦନ୍ତ କରିବାକୁ ଯାଇ ବାସ୍ତବ ସ୍ଥିତି ପରଖିବାପରେ ତୁରନ୍ତ ଶ୍ରେଣୀଗୃହ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି । ସେହିପରି ଶିକ୍ଷା ବିଭାଗ ପକ୍ଷରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଡେସ୍କ, ବେଞ୍ଚ ଯୋଗାଇଦେଇଥିବା କାଗଜ କଲମରେ ଦର୍ଶାଉଥିବା ବେଳେ ଉକ୍ତ ବିଦ୍ୟାଳୟର ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ତଳେ ବସି ଶିକ୍ଷାଦାନ କରିବାକୁ ନେଇ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ୱନାଥ ମିଶ୍ରଙ୍କୁ ପଚାରିବାରୁ ବିଦ୍ୟାଳୟର ଗୃହନଥିବା ସମ୍ପର୍କରେ ବିଭାଗ ଅଧିକାରୀଙ୍କୁ ଜଣାଯାଇଛି । ଘର ନଥିବାରୁ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଅସୁରକ୍ଷିତ ଟିଣ ଛପର ଗୃହରେ ବାଧ୍ୟହୋଇ ଶିକ୍ଷାଦାନ ଚାଲିଛି ବୋଲି କହିଥିଲେ । ହାଟଡିହି ବ୍ଲକଟି ଖଣି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା ହୋଇଥିବା ବେଳେ ଏବଂ କେନ୍ଦୁଝର ଜିଲ୍ଲାରେ ଏଥିପାଇଁ ଅର୍ଥର ଅଭାବ ନଥିବା ବେଳେ ବିଦ୍ୟାଳୟ ଗୃହ ହୋଇପାରୁନଥିବାରୁ ଡି.ଏମ.ଏଫ ଯୋଜନାର ଦିଗହରା ହୋଇଥିବା କୁହାଯାଉଛି । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଶ୍ରୀଧର ନୋଡାଲ ସ୍କୁଲକୁ ନୂତନ ଗୃହ ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ