ସାମ୍ବାଦିକଙ୍କ ଆତ୍ମହତ୍ୟା ପଛର ପ୍ରକ୍ରୁତ ରହସ୍ୟକୁ ସାମ୍ନାକୁ ଆଣିବା ପାଇଁ ଦାବି କଲା ଘଟଗାଁ ସାମ୍ବାଦିକ ସଙ୍ଘ
ଘଟଗାଁ, (ନାରାୟଣ ପଲେଇ): କେନ୍ଦୁଝର ଜିଲ୍ଲା ଘଟଗାଁର ଜଣେ କାର୍ଯ୍ୟରତ ସାମ୍ବାଦିକ ତଥା ନକ୍ଷେତ୍ର ନ୍ୟୁଜର ପ୍ରତିନିଧି ଦିଲ୍ଲିପ ମିଶ୍ର(କୁନା ନନା)ଙ୍କ ଆତ୍ମହତ୍ୟା ପଛରେ ପ୍ରକୃତ କାରଣକୁ ସାମ୍ନାକୁ ଆଣିବା ପାଇଁ ଘଟଗାଁ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରା ଯାଇଛି । ସମ୍ପୁର୍ଣ୍ଣ ଖବର ଅନୁଯାୟୀ, ଗତ କାଲି ସାରା ଭାରତ ବର୍ଷ ସ୍ବାଧିନତା ଅବସରରେ ଆନନ୍ଦିତ ହେଉଥିଲେ, କିନ୍ତୁ ଠିକ୍ ସେହିଦିନ ସକାଳୁ ସକାଳୁ ଘଟଗାଁ ଅଂଚଳରେ ଶୁଣିବାକୁ ମିଳିଥିଲା ଏକ ଦୁଃଖଦ ଘଟଣା | ନକ୍ଷେତ୍ର ନ୍ୟୁଜ୍ ସାମ୍ବାଦିକ ଶ୍ରୀଯୁକ୍ତ ଦିଲ୍ଲିପ୍ କୁମାର୍ ମିଶ୍ର ଉପରଡିହା ସ୍ଥିତ ନିଜ ବାସ ଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ଖବର ପାଇ ଘଟଗାଁ ତଥା ସାରା କେନ୍ଦୁଝର ଜିଲ୍ଲାବାସୀ ଶୋକର ଛାୟାରେ ଡୁବି ଯାଇଥିଲେ | ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଇଡ ନୋଟ୍ ଲେଖି ଆତ୍ମହତ୍ୟା କରଥିଲେ | ତେବେ ସୁଇସାଇଡ୍ ନୋଟ୍ କୁ ପଢିଲା ପରେ ସ୍ବର୍ଗତ ଶ୍ରୀଯୁକ୍ତ ମିଶ୍ରଙ୍କର ଶେଷ ଚିଠିରୁ ଅନେକ ତଥ୍ୟ ସନ୍ଦେହ ଘେରକୁ ଟାଣୁଛି | ସେ ଚିଠିରେ ଲେଖିଛନ୍ତି କି, ସେ ମାନସିକ ଚାପରେ ଆତ୍ମହତ୍ୟା କରିଛନ୍ତି | ତେବେ ଘଟଣାଟିକୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଏହାର ତଦନ୍ତ କରୁଛି । ତେବେ ଜଣେ ସାମ୍ବାଦିକ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସୁଥିବା ବ୍ୟକ୍ତିତ୍ୱ ଯିଏ ସମସ୍ତକୁ ବୁଝାଇବା କ୍ଷମତା ରଖୁଥିଲେ ସେ କାହିଁକି କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ସହଜରେ ଗ୍ରହଣ କରି ହେଉ ନାହିଁ । ତାଙ୍କର ସୁଇସାଇଡ ନୋଟରେ ଫୋନ କଲକୁ ନେଇ ଭୟଭିତ ଥିବା ଓ କିଛି ଅର୍ଥ କାରବାରରେ ତାଙ୍କର ସପୃକ୍ତି ନଥିବା ଲେଖା ଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ତାଙ୍କୁ କେହି ଫୋନରେ ଚାପ ପକାଉଥିଲେ ଏବଂ ଅର୍ଥ ପାଇଁ ମଧ୍ୟ ଚାପର ବଶବର୍ତି ଥିବା ସ୍ପଷ୍ଟ ବାରି ହେଉଛି । ତେବେ ଏ ସମସ୍ତ ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ କରିବା ଓ ତାଙ୍କୁ ଚାପ ପକାଇ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ସାମ୍ନାକୁ ଆଣିବା ପାଇଁ ଆଜି ଘଟଗାଁ ଅଂଚଳର ୩ଟି ସାମ୍ବାଦିକ ସଂଘ ଘଟଗାଁ ଇଲେକ୍ଟ୍ରୋନିକ୍ସ ମିଡିଆ ସଂଘ, ମିଡିଆ ହାଉସ୍, ଘଟଗାଁ ପ୍ରେସ୍ କ୍ଲବ୍ ଦାବି କରିଛି । ଏହି ଅବସରରେ ଘଟଗାଁର ସମସ୍ଥ ସାମ୍ବାଦିକ ମାନେ ଘଟଗାଁ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି ।


