ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ସୁଶୀ ବିନୀତା ବିଜୟନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କର୍ମଚାରୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧିନତା ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନର ନବ ନିଯୁକ୍ତ ବିଡିଓ ବ୍ଲକକୁ ସ୍ୱଚ୍ଛତା ଆଡକୁ ନେଉଥିବାରୁ ସେ ତାଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ନାନୀୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ଉପସ୍ଥିତ ବ୍ଲକ କର୍ମଚାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଅବିନାଶ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରି କରୋନା ଲଢ଼େଇରେ ସମଗ୍ର ବିଶ୍ୱ ଏବେ କବଳିତ ଥିବାବେଳେ ଏହାକୁ ପ୍ରତିହତ କରିବାପାଇଁ ସମସ୍ତେ ମାସ୍କ ବ୍ୟବହାର ସହିତ ସାମାଜିକ ଦୁରତାକୁ ବଜାୟ ରଖିବାପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିଶ୍ୱାଳ, ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବ କିଶୋର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ,ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପର୍ଶୁରାମ ନାୟକ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳଙ୍କ ସମେତ ଅନେକ ଅଭିଭାବକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ