ଯୈାନକିଳଙ୍କାରୀ ମାମଲା : ପିଡିତାଙ୍କ ବୟାନ ରେକର୍ଡ କଲା ଲୋକାଲ କମ୍ପେ୍ଲନସ କମିଟି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ମହିଳା କର୍ମଚାରୀଙ୍କୁ ଯୈାନ ଉତ୍ପିଡନ ମାମଲାରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶନିବାର ଲୋକାଲ କମ୍ପେ୍ଲନ୍ସ କମିଟି ସଂପୃକ୍ତ ପିଡିତା ମହିଳାଙ୍କ ବୟାନ ରେକର୍ଡ କରିଥିବା କମିଟିର ଅଧ୍ୟକ୍ଷା ଆଇନଜୀବି ତମସା ପାତ୍ରଙ୍କ ଠାରୁ ସୂଚନା ମିଳିଛି । ଏହି କମିଟି ପୂର୍ବାହ୍ନ ପ୍ରାୟ ୧୧ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପିଡିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । କମିଟି ପକ୍ଷରୁ ହାଜର ହେବା ପାଇଁ ନୋଟିସ ପାଇବା ପରେ ପିଡିତା ମହିଳା ଜଣକ କମିଟି ନିକଟରେ ହାଜର ହେବା ସମୟରେ ତାକୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମିତା ପଟ୍ଟନାୟକଙ୍କୁ ମୋବାଇଲରେ କଲ କରି ଯୋଗାଯୋଗ ହୋଇନପାରିବାରୁ ସେ ମେସେଜ ପଠାଇଥିଲେ ମଧ୍ୟ ଆଜି କମିଟି ନିକଟରେ ହାଜର ହେବା ସମୟରେ ତାଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇନଥିବାର ଦେଖାଯାଇଛି । ଏହି କମିଟିରେ ସଦସ୍ୟ ଥିବା ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଚିନ୍ମୟ ରଥ,କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ,ମେମ୍ବର କନଭେନର ପଟ୍ଟାମୁଣ୍ଡାଇ ସିଡିପିଓ ମୁକ୍ତରୀ ବେଗମ,ସଦସ୍ୟ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିର ଶ୍ରୀକାନ୍ତ ନାୟକ,କେନ୍ଦ୍ରାପଡା ସହରର ମନକରପୁର ଠାରେ ଅବସ୍ଥିତ ରେସୱା ପକ୍ଷରୁ ରେନୁଜା ରାଉତ ପ୍ରମୁଖ ଯୋଗଦେଇ ପିଡିତାଙ୍କ ଠାରୁ ବୟାନ ରେକର୍ଡ କରିଥିଲେ । କାର୍ଯ୍ୟ କ୍ଷେତ୍ରରେ ଯୈାନ ଶୋଷଣର ଶିକାର ହେଉଥିବା ମହିଳା କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ନିମନ୍ତେ ୨୦୧୩ ମସିହାରେ ସରକାର ପକ୍ଷରୁ ଏକ ଆଇନ ପ୍ରଣୟନ ଦ୍ୱାରା ଲୋକାଲ କମ୍ପେ୍ଲନ କମିଟି ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଗଠନ କରାଯିବାକୁ ନିର୍ଦେଶ ଦିଆଯାଇଥିଲା । ସେହି ଅନୁଯାଇ ଏହି କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଛି ।