ବିଜେଡିରେ ମିଶିଲେ 2 ସମିତି ସଭ୍ୟଙ୍କ ସମେତ ଶତାଧିକ କଂଗେସକର୍ମୀ

ନିମାପଡା (ସନ୍ତୋଷ ଦାଶ ) : ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ଅନ୍ତର୍ଗତ ବାଙ୍କେଶ୍ୱର ଠାରେ ସୋମବାର ଦିନ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକ୍ରାନ୍ତି ବେହେରାଙ୍କ ନେତୃତ୍ୱରେ ଗୋପ ବ୍ଲକର ସୁତନ ଓ ତରକୋର ପଂଚାୟତର ଦୁଇ ସମିତି ସଭ୍ୟଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ପାତ୍ର (ରମୁ ), ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱlଧିନ କୁମାର ନାୟକ ଓ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିମୟୀ ଦଳାଇ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳ ତ୍ୟାଗ କରି ବିଜେଡି ରେ ମିଶିଥିବା ନେତା ଓ କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ