ସ୍ୱାଧୀନତା ଦିବସ ଉପଲକ୍ଷେ ହେଲପିଙ୍ଗ ହ୍ୟାଣ୍ଡ ସ୍ବେଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ
ଭଞ୍ଜନଗର , (ସନ୍ତୋଷ ଜେନା ): 75ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭଞ୍ଜନଗର ଅଞ୍ଚଳର ଏକ ସ୍ବେଛାସେବୀ ଅନୁଷ୍ଠାନ ଜିଲ୍ଲାସ୍ତରୀୟ ସମ୍ମାନ ପାଇଛନ୍ତି କରୋନା ମହାମାରୀ ସମୟରେ “ଶବକୁ ସମ୍ମାନ “କାର୍ଯ୍ୟକ୍ରମ କରି ହେଲପିଙ୍ଗ ହ୍ୟାଣ୍ଡ ଭଞ୍ଜନଗର ର ସଦସ୍ୟ ମାନେ ଜୀବନକୁ ବାଜି ଲଗାଇ ଏକ ସାହସିକତା କାର୍ଯ୍ୟ କରିଥିଲେ କରୋନା ରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବକୁ ନିଜ ପରିବାର ଓ ଆତ୍ମୀୟ ମାନେ ଗ୍ରହଣ କରୁନଥିଲେ କିନ୍ତୁ ଏହି ଅନୁଷ୍ଠାନର ଯୁବକ ମାନେ ସାହାଯ୍ୟର ହାତ ବଢ଼ାଇଥିଲେ ଫଳରେ ଆଜି ଛତ୍ରପୁର ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଗଞ୍ଜାମ ଜିଲ୍ଲାପାଳ, ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ,ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯିବା ସହ ମାନପତ୍ର ପ୍ରଦାନ କରିଛନ୍ତି | ଏହିପରିପେକ୍ଷୀରେ ସଦସ୍ୟର କାର୍ଯ୍ୟକର୍ତ୍ତା ମାନେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରଜେନ୍ଦ୍ର ମିଞ୍ଜ, ପରିବେଶ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରି ଶ୍ରୀ ବିକ୍ରମ କେଶରୀ ଆରୁଖ, ଲୋକ ସୂଚନା ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ସମାଜସେବୀ ଶୂଳପାଣି ଶତପଥି, ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହେଲପିଙ୍ଗ ହ୍ୟାଣ୍ଡ ଭଞ୍ଜନଗର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି |