ରାଜ୍ୟ ଓ ଜିଲ୍ଲାବାସୀଙ୍କ ପାଇଁ ଲୋକାର୍ପିତ ହେଲା ମାଇଁ କନ୍ଧମାଳ ଡଟ୍ କମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାସୀ ମାନଙ୍କ ସୁଚନା ଏବଂ ବିଭିନ୍ନ ସହାୟତା ପାଇଁ ତଥା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ନୁତନ ଭାବରେ ଗଠିତ “ମାଇଁ କନ୍ଧମାଳ ଡଟ୍ କମ” ଅଗଷ୍ଟ ୧୫ ତାରିଖରେ ଲୋକାର୍ପିତ ହୋଇଯାଇଛି l  କନ୍ଧମାଳ ଜିଲ୍ଲାର ବିଭିନ୍ନ ସୂଚନା ପ୍ରଦାନ କରାଇବା ସହିତ ସ୍ୱାସ୍ଥ୍ୟ,ଗମନାଗମନ, ଜିଲ୍ଲାର ଅନ୍ୟାନ୍ୟ ସୂଚନା ଯୁବକ ମାନଙ୍କ ରୋଜଗାର, ଶିକ୍ଷା ଅନୁଷ୍ଠାନ  ତଥା ଅନ୍ୟାନ୍ୟ ବିସ୍ତିର୍ଣ୍ଣ ସୂଚନାର ଭଣ୍ଡାର ନେଇ ଆସିଥିବା ଏହି ୱେବସାଇଟରେ ଜିଲ୍ଲାକୁ ପର୍ଯ୍ୟଟକ ମାନେ ଜିଲ୍ଲାକୁ କିପରି ଆସିବେ କେଉଁଠି ରହିବେ ଏବଂ ସେମାନଙ୍କର ଆବଶ୍ୟତାର ସମସ୍ତ ସେବାର ସୂଚନା ଏଥିରେ ରଖାଯାଇଛି । ଏହା ସହିତ ଏଥିରେ ଲୁଗା ସଫା କରିବା ପାଇଁ ଲଣ୍ଡ୍ରି , ମିସ୍ତ୍ରୀ, ବସ ଟିକେଟ, ଦୋକାନ, ଟ୍ୟାକ୍ସି, ଖିର ବାଲା ଭଳି ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାର ସୂଚନା ରହିଛି । ଏଥିରେ ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ର ପ୍ରଚାର,ଶିକ୍ଷା ଅନୁଷ୍ଠାନ ର, ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକର ନିଯୁକ୍ତି ଖବର, ଜିଲ୍ଲାର କୁଈ ଭାଷା, ସାହିତ୍ୟ, କୃଷି, କ୍ରୀଡା, ସମାଜ ସେବା ଭଳି ବିଭିନ୍ନ ସୂଚନା ସମେତ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିତ୍ୱ ସାହିତ୍ୟିକ, ସମାଜସେବୀ ଜିଲ୍ଲା ପାଇଁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ମାନଙ୍କର ବିଷୟରେ ସୂଚନା ମଧ୍ୟ ଏହି ୱେବସାଇଟରେ ଉପଲବ୍ଧ ହୋଇ ପାରିବ ବୋଲି ଏହି ସାଇଟ୍ ର ନିର୍ମତା ସୂଚନା ଦେଇଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଥିବା ବେଳେ ଫୁଲବାଣୀର ବରିଷ୍ଠ  ଆଇନଜୀବି ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରଣବ କୁମାର ନାୟକ, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ରମେଶଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ