ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ବିଶିଷ୍ଟ ସମାଜସେବୀ ବିପିନ ବିହାରୀ ମିଶ୍ର

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସର୍ବଭାରତୀୟ ବ୍ରାହ୍ମଣ ସମାଜ, ମୁମ୍ବାଇ ଓଡ଼ିଶା ମହାସଂଘର ସଭାପତି ତଥା ଭାରତବର୍ଷର ଅନେକ ଓଡ଼ିଆ ସଂଗଠନ ସହିତ ଜଡ଼ିତ ଥିବା ଡଃ ବିପିନ ବିହାରୀ ମିଶ୍ର ଏକ ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ନୂଆଦିଲ୍ଲୀସ୍ଥିତ ମୁଲଚାନ୍ଦ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଦୀର୍ଘ ୨୬ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡ଼ାକ୍ତରମାନଙ୍କ କହିବା ଅନୁଯାୟୀ ଏହା ଏକ ବିରଳ ରୋଗ, ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ବଞ୍ôଚବାର ସମ୍ଭାବନା କମ୍ ଥାଏ । ଭଗବାନଙ୍କ ଆଶୀର୍ବାଦ, ଡ଼ାକ୍ତରମାନଙ୍କ ଅକ୍ଲାନ୍ତ ଉବ୍ୟମ ଏବଂ ସମସ୍ତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ପ୍ରାର୍ଥନା, ଶ୍ରୀମତୀ ସୁକାନ୍ତୀ ମିଶ୍ର ଏବଂ ତାଙ୍କର ଝିଅମାନଙ୍କ ଆକୁଳ ପ୍ରାର୍ଥନା ଯୋଗୁ ଡଃ ମିଶ୍ର ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏଥିପାଇଁ ଡଃ ମିଶ୍ର ବିସମ ଓଡ଼ିଶା, ବିଶ୍ୱ ଓଡ଼ିଆ ସଂଗଠନ, ମୁମ୍ବାଇ ଓଡ଼ିଆ ସମାଜ, ମୁମ୍ବାଇ ଓଡ଼ିଆ ମହାସଂଘ, ସାମ୍ବାଦିକ ବନ୍ଧୁ, ସର୍ବଭାରତୀୟ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ