ଛତ୍ରପୁର ଉପଖଣ୍ଡ ଓ ବ୍ଲକ ସ୍ତରରେ ଭୋଟ୍ ବାକ୍ସ୍ ଯାଞ୍ଚ କରାଗଲା
ଛତ୍ରପୁର, (ଦେବଦତ୍ତ ମହାରଣା): ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ରହିଛି । ଗୁରୁବାର ଛତ୍ରପୁର ଉପଖଣ୍ଡ ଓ ବ୍ଲକ ସ୍ତରରେ ଥିବା ଭୋଟ ବାକ୍ସ୍ ଗୁଡିକୁ ଯାଞ୍ଚ କରାଯାଇଛି । କେତେ ଗୁଡିକ ଭୋଟବାକ୍ସ ଭଲ ରହିଛି ଏବଂ କେତେ ଭୋଟବାକ୍ସ ନଷ୍ଟ ହୋଇଛି ତାହାକୁ ଟିକିନିଖି ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ବେଳେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ବିଶ୍ୱଜିତ୍ ରାୟ , ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନ, ଛତ୍ରପୁର ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଉଲା ସେଠି , ବରିଷ୍ଠ ରାଜସ୍ୱ ସହାୟକ ସନ୍ତୋଷ କୁମାର ସାହୁ, ବ୍ଲକ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ଦାଶ, ଭିଏଲଡବ୍ଲ୍ୟୁ ଶ୍ୟାମସୁନ୍ଦର ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


