ଗଞ୍ଜାମ ଜିଲ୍ଲାରେ ୧୦ ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଓ୍ୱାଇଏନ୍ଏସ୍): ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏ ସ୍ମାର୍ଟ ସ୍କୁଲରେ ଭର୍ଚୁଆଲ୍ ମୋଡରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ହାଇସ୍କୁଲର ନିର୍ମାଣ କରାଯାଇଛି ୨-୩ଟି ସ୍କାର୍ଟ କ୍ଲାସରୁମ୍ । ଅନ୍ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ । ଅତ୍ୟାଧୁନିକ କ୍ଲାସ୍ରୁମ୍ ସହ ଇ-ଲାଇବ୍ରେରୀ, ଇ-ଲାବ୍ରୋଟୋରୀ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଓ ଖେଳପଡ଼ିଆ ସହିତ ଚାରାରୋପଣ କରାଯାଇଛି ।କ୍ୟାମ୍ପସର ନକ୍ସା ପରିବର୍ତ୍ତିତ ହୋଇଚାଲିଛି ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ ସିଏସ୍ଆର୍ ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏ ଟଙ୍କା ମଞ୍ଜୁର ହୋଇଥିଲା ।


