ଗଜପତି ନେହେରୁ ଯୁବ କେନ୍ଦ୍ର ତରଫରୁ ସଦ୍ଭାବନ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଗଜପତି ଜିଲ୍ଲା ଶାଖା ତରଫରୁ ସଦ୍ଭାବନ ଦିବସ ଗତକାଲି ପାଳିତ ହୋଇଯାଇଛି । ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର କାଶୀନଗର ବ୍ଲକର କେ.ସୀତାପୁର ପଞ୍ଚାୟତରେ ଝାନ୍ସୀରାଣୀ ଯୁବକ ସଂଘ ଦ୍ୱାରା ସଦ୍ଭାବନା ଦିବସ ଆୟୋଜିତ ହୋଇଥିଲା । ଏଥିରେ କେ.ସୀତାପୁର ପଞ୍ଚାୟତର ସରପଞ୍ଚଉରିୟନୀ ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବା ବେଳେ ଜିପିଏଲ୍ଏଫ୍ ସଭାପତି ସେବକ ଚିନ୍ତଡା, ଶିକ୍ଷୟତ୍ରୀ ସୁବିତା ରଥ, ବିସିରିଙ୍ଗିର ଗୋଷ୍ଠୀ ସହାୟକ ଚୁମି ସାରଙ୍ଗ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସଦ୍ଭାବନା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜ ବକ୍ତ୍ୟବରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।


