“ସ୍ୱାଦ୍” ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଭିନ୍ନକ୍ଷମ ଓ ସ୍ୱାମୀ ପରିତ୍ୟକ୍ତାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗରି ବ୍ଲକ ଅନ୍ତର୍ଗତ ରାମଗିରି ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ “ସ୍ୱାଦ୍” ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ରାମଗିରି ପଞ୍ଚାୟତର ୫୨ଜଣ ଅସହାୟ ଭିନ୍ନକ୍ଷମ ଓ ସ୍ୱାମୀ ପରିତ୍ୟକ୍ତାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାମଗିରି ପଞ୍ଚାୟତର ସାନ୍ତି ବିକାଶ କମିଟିର ସଭାନେତ୍ରୀ ସଚଳା କାର୍ଯୀ ଏବଂ ରାମଗିରି ପଞ୍ଚାୟତର ସରପଞ୍ଚ ଆଦିକନ୍ଧ କାର୍ଯୀ ଏବଂ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ, ସୁକନ୍ୟା ସଂଗଠନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ପ୍ରଧାନ ଓ ପୂର୍ବତନ ସରପଞ୍ଚ ଚନ୍ଦ୍ରମା କାର୍ଯୀ ଉପସ୍ଥିତ ରହି ହୀତାଧିକାରୀଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ “ସ୍ୱାଦ୍” ଅନୁଷ୍ଠାନର ପଞ୍ଚାୟତ ସଂଯୋଜକ ସନ୍ୟାସୀ ଭୂୟାଁ ପରିଚାଳାନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମହିଳା ବିକାଶ ପ୍ରତିଷ୍ଠାନର ବ୍ଲକ ସଂଯୋଜିକା ନିର୍ମଳା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।


