ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ଘଟଣା: ଡେଥନୋଟ ଲେଖା ବେଳେ ପାରଳା ଡିଏଫ୍‌ଓ କେଉଁ ନିୟମରେ ଡାକ୍ତରଖାନାରେ ଉପସ୍ଥିତ ଥିଲେ  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ ଜୁଲାଇ ୧୨ତାରିଖ ରାତ୍ରରେ ପାରଳାଖେମୁଣ୍ଡି ଏପିଏଫ୍ ସୌମ୍ୟରଂଜନ ମହାପାତ୍ର ଗୁରୁତର ଭାବେ ପୋଡି ହୋଇ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୯୦ରୁ ଉର୍ଦ୍ଧ ଭାଗ ପୋଡି ଅତ୍ୟନ୍ତ ଗୁରୁତର ଥିବା ଯୋଗୁଁ ସୌମ୍ୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ପୂର୍ବରୁ ତାଙ୍କରି ଡେଥନୋଟ ବା ମୃତକାଳୀନ ଜମାନବନ୍ଦୀ ସଂଗ୍ରହ କରାଯାଇଥିଲା । ଯାହାକି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଏହି ସମୟରେ ପାରଳାଖେମୁଣ୍ଡି ଡିଏଫ୍‌ଓ କେଉଁ ନିୟମ ଅନୁସାରେ ସେଠାରେ ଉପସ୍ଥିତ ଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ କରାଯାଇଛି । କୁହାଯାଇଛି ଯେ, ଡେଥନୋଟ ବେଳେ ପାରଳା ଡିଏଫ୍‌ଓ ଉପସ୍ଥିତ ନଥିବା ପୂର୍ବରୁ କୁହାଯାଇଥିଲା । ତେବେ ଏକ ନିର୍ଦ୍ଧିଷ୍ଟ ଭିଡିଓ ଭାଇରଲ ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ସେଠାରେ ଉପସ୍ଥିତ ଥିବା ସ୍ପଷ୍ଟ ହୋଇଥିଲା । ନିଜ ଇଛା ମୁତାବକ ଭାବେ ଜମାନବନ୍ଦୀ ଲେଖାଇବା ପାଇଁ ଡିଏଫ୍‌ଓ ସେଠାରେ ଉପସ୍ଥିତ ଥିଲେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ଘଟଣାର ସତ୍ୟ ଉଦ୍‌ଘାଟନ ସହ ଡିଏଫ୍‌ଓ ସେଠାରେ କେଉଁ ନିୟମ ଅନୁଯାୟୀ ଉପସ୍ଥିତ ଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି । ମୃତ୍ୟୁ ଘଟଣାରେ ଲାଗିପଡି ସମସ୍ତେ ମିଛ କହିବାରେ ଲାଗିଛନ୍ତି । ଏଥିରୁ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ମଧ୍ୟ ବାଦ ପଡିନାହାନ୍ତି । କିନ୍ତୁ ଏହି ମିଛ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୁରକ୍ଷା ଦେବା ପାଇଁଏ ଉଦ୍ଧିଷ୍ଟ ଥିଲା ବୋଲି ଏବେ ଭାଇରାଲ ହୋଇଥିବା ଏକ ଭିଡିଓରୁ ସ୍ପଷ୍ଟ ହୋଇଯାଇଛି । ଗଜପତିର ପୂର୍ବତନ ଏସ୍‌ପି ତପନ ପଟ୍ଟନାୟକ ଗଣମାଧ୍ୟମକୁ ପୂର୍ବରୁ କହିଥିଲେ ଯେ, ଡିଏଫଓ ସଂଗ୍ରାମ ବେହେରା ହସ୍ପିଟାଲରେ ନଥିଲେ । ଏବେ ଏହି ଦୁଇ ଡାକ୍ତରଙ୍କ ମିଛ ମଧ୍ୟ ଏହି ଭାଇରାଲ ଭିଡିଓରୁ ଧରାପଡିଛି । ଏହି ଭିଡିଓ ଅନେକ କିଛି ବୟାନ କରୁଛି । ଜଣାଇ ଦେଉଛି ଯେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାପାଇଁ ପୂର୍ବତନ ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଡାକ୍ତର ଯାଏଁ ସମସ୍ତେ କାର୍ଯ୍ୟକରୁଛନ୍ତି । ୧୨ ତାରିଖ ରାତିରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ସୌମ୍ୟଙ୍କ ଜମାନବନ୍ଦୀ ଲେଖୁ ଥିବା ବେଳେ ପାଖରେ ଉପସ୍ଥିତ ଅଛନ୍ତି ଡିଏଫଓ ସଂଗ୍ରାମ ବେହେରା । ଡିଏଫ୍‌ଓଙ୍କ ସହ ଡିଏଏମ୍‌ଓ ଡାକ୍ତର ପ୍ରମୋଦ କୁମାର ପଣ୍ଡା ମଧ୍ୟ ଏହି ଭାଇରଲ ଭିଡିଓରେ ଅଛନ୍ତି । କିନ୍ତୁ ଡାକ୍ତରମାନେ ଜେରାରେ କହିଥିଲେ ଯେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଜମାନବନ୍ଦୀ ଲିପିବଦ୍ଧ କରୁଥିବା ସମୟରେ ଡିଏଫ୍ ଓ କିମ୍ବା ଆଉ କେହି ଉପସ୍ଥିତ ନଥିଲେ । ଏଠାରେ ପ୍ରଶ୍ନ ଉଠିଛି ଡିଏଫ୍‌ଓ ସେଠାରେ ରହି କଣ କରୁଥିଲେ ? ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କ ଉପସ୍ଥିତି ଅତ୍ୟନ୍ତ ସନ୍ଦେହଜନକ । ତେଣୁ ଏହାର ବିଧିବଧ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ