ପଦ୍ମ ଧରିଲେ ଅଭିନେତ୍ରୀ ଜୟପ୍ରଦା
ମାଜବାଦୀ ପାର୍ଟିରେ ଥିବା ଅଭିନେତ୍ରୀ ଜୟପ୍ରଦା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଆଜି ଔପଚରିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ଦୀର୍ଘଦିନ ଧରି ସମାଜବାଦୀ ପାର୍ଟିରେ ରହିଥିଲେ । ବିଜେପି ତାଙ୍କୁ ରାମପୁର ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ସମାଜବାଦୀ ପାର୍ଟୀର ଟିକେଟରୁ ସାଂସଦ ରହିସାରିଥିବା ଅଭିନେତ୍ରୀ ଜୟା ପ୍ରଦା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜୟାପ୍ରଦା ରାମପୁରରୁ ବିଜେପିର ପ୍ରାର୍ଥୀ ହେବେ ଏବଂ ମେଣ୍ଟର ପ୍ରାର୍ଥୀ ଆଜମ ଖାନଙ୍କୁ ଟକ୍କର ଦେବେ। ବିଜେପି ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାର୍ଥୀ ହିସାବାରେ ଜୟାପ୍ରଦାଙ୍କ ନାମ ଘୋଷଣା କରିବ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ଏସପିର ଟିକେଟରେ ସାଂସଦ ରହିସାରିଛନ୍ତି । ଏବେ ଏହି ସିଟରେ ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଲଢେଇ ହେବାକୁ ଯାଉଛି।


