୫ଗୋଟି ପ୍ରଧାନମନ୍ତ୍ରୀ ଗ୍ରାମସଡକ ପାଇଁ ଟେଣ୍ଡର ଶେଷ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୫ଗୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ସେଥିମଧ୍ୟରୁ ଭଣ୍ଡାରିପୋଖରୀ ମେଡିକାଲ ଛକ ଠାରୁ ପାଟୁଳି ଯାଏଁ ୬କିମି. ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହେବ ବୋଲି ଜଣାଯାଇଛି । ପୂର୍ବରୁ ରାସ୍ତା ୩.୫ମି. ଥିବାବେଳେ ଏବେ ୫ମି. ପ୍ରଶସ୍ତ ହେବ ବୋଲି ଜଣାପଡିଛି । ସେହିଭଳି ଏନଏଚ-୧୬ ଠାରୁ କରଞ୍ଜିଗୁଣୁପୁର ଭାୟା ଜଳମଣ୍ଡୁଆ ୭କି.ମି., ତାଳପଦା ଠାରୁ କଣ୍ଟି ଭାୟା ମଣିବାଜି ୭.କି.ମି., ପୂର୍ତ୍ତ ବିଭାଗ ରାସ୍ତା ପଟ୍ଟାପୋଲ ଠାରୁ ଦୋବଲ ଭାୟା ନୂଆପୋଖରୀ ୭କି.ମି., ସରସଦା ବିଦ୍ୟାଳୟ ଠାରୁ ତାଳପଦା ଭାୟା କୁରିକଣା ୩କି.ମି. ରାସ୍ତା ପାଇଁ ଟେଣ୍ଡର ଶେଷ ହୋଇଥିବା ଜଣାପଡିଛି । ଉକ୍ତ ୫ଗୋଟି ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।


