କେନ୍ଦ୍ରାପଡା ଜିଲାରେ ଆଜି ୨୪କରୋନା ପଜିଟିଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗୁରୁବାର ୨୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ୮ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ କେନ୍ଦ୍ରାପଡା ବ୍ଲକରେ ୪ଜଣ, ମହାକାଳପଡା ବ୍ଲକରେ ୩ଜଣ, ମାର୍ଶାଘାଇ ବ୍ଲକରେ ଜଣେ, ପଟ୍ଟାମୁଣ୍ଡାଇ ବ୍ଲକରେ ୩ଜଣ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୫ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


