ନୂତନ ପରୀକ୍ଷା ପଦ୍ଧତି ସମ୍ବନ୍ଧୀୟ କର୍ମଶାଳା

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଶିକ୍ଷା ବିଭାଗ ଆନୁକୁଲ୍ୟରେ ଚଳିତ ଶିକ୍ଷାବର୍ଷର ନୂତନ ପରୀକ୍ଷା ପଦ୍ଧତି ସମ୍ବନ୍ଧୀୟ ଏକ କର୍ମଶାଳା ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଓ) ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମେଧା ନିର୍ଦ୍ଧାରଣ ତଥା ପରୀକ୍ଷା ପଦ୍ଧତି ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି୧ ଆସେସମେଣ୍ଟ ୪ଗୋଟି ଓ ସମେଟିଭ ଆସେସମେଣ୍ଟ୨ଟିର ପରୀକ୍ଷା କରାଯିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ନବମ ଓ ଦଶମର ସମେଟିଭ ପରୀକ୍ଷା ବୋର୍ଡଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା କରାଯିବ । ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଅଧା ଶିକ୍ଷାବର୍ଷ ଓ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଅବଶିଷ୍ଟ ଅଧା ଶିକ୍ଷାବର୍ଷ ଭାବେ ଗଣନା କରାଯିବ । ଏହି ସମୟ ମଧ୍ୟରେ କୌଣସି ଲମ୍ବା ଛୁଟି ହେବ ନାହିଁ । ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ କରାଯିବ । ଉଭୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର, ଦ୍ୱିତୀୟ, ନଭେମ୍ବର ପ୍ରଥମ, ଜାନୁୟାରୀ ଦ୍ୱିତୀୟ ଓ ମାର୍ଚ୍ଚ ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ଏଭଳି ଦୁଇଟି ପରୀକ୍ଷା କରାଯିବା ସହିତ ଏହାର ଉତ୍ତର ଖାତା ଅନ୍ୟ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଦ୍ୱାରା ଦେଖାହେବ । ବିଶେଷକରି ଯଦି ପୁନର୍ବାର କୌଣସି କାରଣ ବସତଃ ସ୍କୁଲ ବନ୍ଦହୋଇ ଶିକ୍ଷାଦାନ ଓ ବୋର୍ଡପରୀକ୍ଷା ବାତିଲ ହୋଇଯାଏ ତେବେ ଏହି ସମେଟିଭ ପରୀକ୍ଷା, ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାଫଳ ଅନୁଯାଇ ମୁଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ପୁରଣକରି ବୋର୍ଡଦ୍ୱାରା ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବେ । ଏହି କର୍ମଶାଳାରେ ପ୍ରଧାନ ଶିକ୍ଷକମାନେ କିପରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ସହିତ ପରୀକ୍ଷଣ ଓ ମୁଲ୍ୟାୟନ କାର୍ଯ୍ୟକ୍ରମ ସଫଳତାର ସହ କରାଯିବ ସେନେଇ ଏଡିଓ ଜଗବନ୍ଧୁ ସାହୁ, ବିଇଓ ସୁରଥ କୁମାର ସାହୁ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ମୃତ୍ୟୁଞ୍ଜୟ ପଲେଇ, ରଞ୍ଜନ କୁମାର ଘଡେଇ ପ୍ରମୁଖ ମାର୍ଗଦର୍ଶନ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଅନିରୁଦ୍ଧ ସେଠୀ, ନବଘନ ନାୟକ, ବିଜୟ କୁମାର ଷେଣ୍ଢ, ହରେକୃଷ୍ଣ ଭୂୟାଁ, ଅଶୋକ କୁମାର ଜେନା, କୋଦଣ୍ଡଧର ମହାନ୍ତି, ବିନୋଦ ବିହାରୀ ପଣ୍ଡା, ମନୋଜ ମଞ୍ଜରୀ ମଲ୍ଲିକ, ରେବତୀବାଳା ନାୟକ, ଅପର୍ଣ୍ଣା ବେହେରା, ରଶ୍ମୀରେଖା ସାହୁ, ମାନସୀ ମିଶ୍ର, ସୁଧାଶୁଂ ବିଶ୍ୱାଳ, ମଧୁସୁଦନ ଜେନା, ମହେନ୍ଦ୍ର ପରିଡା, ବିଷ୍ଣୁପଦ ଜେନା, ସୁମନ୍ତ କୁମାର ଦାସ, କ୍ଷୀରୋଦ କୁମାର ସେଠୀ, ପଦ୍ମନାଭ ଖମାରୀ, ମନସିଙ୍ଗା ମୁର୍ମୁ, ଲକ୍ଷ୍ମୀଧର ନାୟକ, ଶରତ କୁମାର ରାଉତ, ସଦାଶିବ ନାୟକ, ଶରତ କୁମାର ଶାସିନି, ବ୍ରହ୍ମାନନ୍ଦ ତ୍ରିପାଠୀ, ରାଜେଶ କୁମାର ଦାସଙ୍କ ସମେତ ୪୪ଟି ହାଇସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଶାସଙ୍ଗ ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ