ଅବସରପ୍ରାପ୍ତ ଗୃହରକ୍ଷୀଙ୍କୁ ଆର୍ଥିକ ସହାୟତା
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ପୁଲିସ ଜିଲ୍ଲା ପାଟପୁର ଥାନା ଅଧୀନରେ କାର୍ଯ୍ୟରତ ଥିବା ଗୃହରକ୍ଷୀ ଗୌରଚନ୍ଦ୍ର ବାଡତ୍ୟାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ପୁଲିସ ମୁଖ୍ୟାଳୟ ଠାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାଏ ଅବସରପ୍ରାପ୍ତ ଗୃହରକ୍ଷୀ ଗୌରଚନ୍ଦ୍ରଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଜଣାଇବା ସହ ୧ ଲକ୍ଷ ୭୬ ହଜାର ୭୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାସହ ଗୌରଚନ୍ଦ୍ରଙ୍କ ବାକି ଅବସରକାଳୀନ ଜୀବନଯାପନ ସୁଖମୟ ହେଉ ବୋଲି ଗଞ୍ଜାମ ଏସ୍.ପି. ଶୁଭ କାମନା ଜଣାଇଥିଲେ । ଜିଲ୍ଲାର ସମସ୍ତ ଗୃହରକ୍ଷା ବାହିନୀମାନେ ଗୋଟିଏ ଦିନର ଦରମାରୁ ଯେଉଁ ଅର୍ଥ ଆଦାୟ ହୋଇଥିଲା ତାହାକୁ ଅବସର ଗ୍ରହଣ କରିଥିବା ଗୃହରକ୍ଷୀ ଗୌରଚନ୍ଦ୍ରଙ୍କୁ ସହାୟତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି.କେ.ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନଓ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।