ଜଳ ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ସି.ପି.ଆଇ(ଏମ) ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ସହ ରହିବ -ଜନାର୍ଦ୍ଦନ ପତି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ସି.ପି.ଆଇ(ଏମ) ର ଜିଲ୍ଲା ସ୍ତରୀୟ ବୈଠକ ଶନିବାର କେନ୍ଦ୍ରାପଡା ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ବରିଷ୍ଠ ନେତା ଜଗତ୍‌ଜୀବନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ବର୍ଷିଆନ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ଯୋଗଦେଇଥିଲେ । ଏହି ବୈଠକରେ ଆସନ୍ତା ସେପ୍ଟେମ୍ବରମାସ ୧୫ତାରିଖରେ ସାରା ଜିଲ୍ଲାର ବ୍ଲକ ସଦର ମହକୁମାରେ ମରୁଡି, ସାର ଓ ଧାନର ଅଭାବି ବିକ୍ରୀ ସହିତ ୧୩ଦଫା ଦାବି ନେଇ ପାର୍ଟି ପକ୍ଷରୁ ବିକ୍ଷୋଭ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାପରେ ପାର୍ଟି କାର୍ଯ୍ୟାଳୟରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଶ୍ରୀ ପତି କହିଥିଲେ ଯେ ରାଜ୍ୟ ସରକାର ଶିଳ୍ପପତିମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସହିତ ଯୁଦ୍ଧ ଘୋଷଣା କରିଛନ୍ତି । ଖରସ୍ରୋତାର ରାଜକନିକାରେ ବିବାଦିୟ ଜଳ ପ୍ରକଳ୍ପ ତାହାର ସର୍ବୋତ୍ତମ ଉଦାହରଣ । ଲୋକଙ୍କ ସହିତ ଆଲୋଚନା ନକରି ପୋଲିସ ଛାଉଣୀ କରି ବ୍ୟାପକ ଗିରଫଦାରୀ ସହିତ ଲୋକଙ୍କୁ ଅଣଦେଖାକରି ଯେମିତି ଭାବରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି ତାକୁ ସି.ପି.ଆଇ(ଏମ) ରାଜ୍ୟ କମିଟି ନିନ୍ଦା କରୁଛି ବୋଲି ସେ କହିଥିଲେ । ଭିତରକନିକା ହେନ୍ତାଳବଣର ଜୈବ ବିବିଧତା ସହିତ ଜମି ଓ ଜଳର ସୁରକ୍ଷା ପାଇଁ ସି.ପି. ଆଇ(ଏମ) ଶେଷ ପର୍ଯ୍ୟନ୍ତ ଖରସ୍ରୋତା ବଞ୍ଚଅ ଆନ୍ଦୋଳନ ସହିତ ରହିବ ବୋଲି ଶ୍ରୀ ପତି କହିଥିଲେ । ଦୀର୍ଘ ୨୦ଦିନ ଧରି ଅନଶନରତ ଯୁବ ପରିବେଶବିତ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯେମିତି ଭାବରେ ରାତି ଅଧିଆ କଟକ ବଡ ଡାକ୍ତରଖାନାର ଆଇ.ସି.ୟୁ.ରେ ଭର୍ତ୍ତି କରିଛନ୍ତି ତାହାକୁ ସେ ତୀବ୍ର ନିନ୍ଦା କରିଥିଲେ । ଏହି ସମ୍ମିଳନୀରେ ସି.ପି.ଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଖରସ୍ରୋତା ବଞ୍ଚଅ ସଂଗ୍ରାମ ସମିତିର ନେତା କାଳି ପ୍ରସାଦ ନାୟକ, ପାର୍ଟିର ବରିଷ୍ଠ ନେତା ବାବାଜୀ ପରିଡା, ରତ୍ନଜୟ ମଲ୍ଲିକ, ଭୀମସେନ ବେହେରା, ମାଧବ ଦାସ, ଧୀବର ବେହେରା, ନଳିନୀ ପ୍ରଭା ତରାଇ, ନରୋତ୍ତମ ପାର୍ଥସାରଥୀ, ଅସିତ ମିର୍ଦ୍ଧା, ବିଜୟ ଦାସ, ଗୁଣମଣୀ ବେହେରା, ସୋମନାଥ ବିଶ୍ୱାଳ, ଅନ୍ନପୂର୍ଣ୍ଣା ଧଳ, ଗଙ୍ଗାଧର ମଲ୍ଲିକ,ଅର୍ଜ୍ଜୁନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ