ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ଜଣେ ମୃତ

ଚେନ୍ନାଇ: ତାମିଲନାଡୁର ମଦୁରାଇ ଜିଲ୍ଲାରେ ଥିବା ନାଥମ୍‌ ରୋଡରେ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡିଛି । ଶନିବାର ସନ୍ଧ୍ୟାରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ କଂକ୍ରିଟ୍‌ ବ୍ଲକ୍‌ ଖସିପଡି ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କର ମତୁ୍ୟ ଘଟିଛି । ୪୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କଂକ୍ରିଟ୍‌ ବ୍ଲକ୍‌ ତଳେ କେହି ଫସି ରହିଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତ୍ୟେକ କଂକ୍ରିଟ ବ୍ଲକର ଓଜନ ୭୦ ଟନ୍‌ ବୋଲି କୁହାଯାଉଛି । ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ମଦୁରାଇ ଏବଂ ଚେଟିକୁଲମ୍‌ ମଧ୍ୟରେ ଏହି ସେତୁ ନିର୍ମାଣ କରାଯାଉଛି ।
ସେତୁ ନିର୍ମାଣ ହେବା ପରେ ଚେନ୍ନାଇ ଏବଂ ମଦୁରାଇ ମଧ୍ୟରେ ଯାତ୍ରା ସମୟ ଦେଢ଼ ଘଣ୍ଟା ହ ୍ରାସ ପାଇବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ