ଅନସ୍ଲୋ ସରକାରୀ ହାଇସ୍କୁଲ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା): ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅଗଷ୍ଟ ୨୯ ତାରିଖକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ସାରା ଦେଶରେ ପାଳନ କରାଯାଇଥାଏ। ଏହି ପରିପେକ୍ଷ୍ରୀରେ ଛତ୍ରପୁର ସହରର ବହୁ ପୁରାତନ ଅନସ୍ଲୋ ସରକାରୀ ହାଇସ୍କୁଲ ପରିସର ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଅନଶ୍ଲୋ ହାଇସ୍କୁଲ ପରିସରରେ ମେଜର ଧ୍ୟାନଚାନ୍ଦ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅନଶ୍ଲୋ ଅନୁଷ୍ଠାନ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ଓ ଖେଳ ଶିକ୍ଷକ ଅରୁଣ ମାନସିଂ ପ୍ରମୁଖ ଉପସ୍ଥିତ ଥିଲେ l


