ଅନସ୍ଲୋ ହାଇସ୍କୁଲକୁ ପରିଦର୍ଶନ କଲେ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ

ଛତ୍ରପୁର (ଦେବଦତ୍ତ ମହାରଣା): ଜାତୀୟ ଯୁବ ରେଡକ୍ରସ ଦିବସ ଅବସରରେ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଓ ଯୁବ ରେଡକ୍ରସ ଅଧିକାରୀ ଡଃ ଅଜୟ କୁମାର ତ୍ରିପାଠୀ ଛତ୍ରପୁର ର ବହୁ ପୁରାତନ ଅନସ୍ଲୋ ଅନୁଷ୍ଠାନକୁ ପରିଦର୍ଶନ କରିଛନ୍ତି । ଶ୍ରେଣୀ ଗୃହ କୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ବିଶ୍ୱ ବନ୍ଧୁତା ଉପରେ ପିଲାମାନଙ୍କ ସହ ଆଲୋଚନା କରିବା ସହ ସମାଜେ ସେବା କିପରି କରାଯିବା ଉଚିତ୍ ସେ ସଂପର୍କରେ ବୁଝାଇଥିଲେ । ଏହା ସହିତ ହାତ ଧୋଇବାର ସଂପୁର୍ଣ୍ଣ ପ୍ରଣାଳୀ ଉପରେ ବୁଝାଇବା ସହିତ ନିଜେ ହାତ ଧୋଇ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନସ୍ଲୋ ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ହାଇସ୍କୁଲର ରେଡକ୍ରସ ଅଧିକାରୀ ଦେବସ୍ମିତା ମହାନ୍ତି, ଶିକ୍ଷୟତ୍ରୀ ଅନିତା ଦାସ, ପ୍ରଗତି ପାତ୍ର, ଶିକ୍ଷକ ଅରୁଣ କୁମାର ମାନସିଂହ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ