ତୁଳସୀ ମହିଳା କଲେଜର ଆଭାସି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଖେଳାଳିଙ୍କ ଅଂଶଗ୍ରହଣ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଜାତୀୟ ଆଭାସି କାର୍ଯ୍ୟକ୍ରମ ତୁଳସୀ ମହିଳା ମହାବିଦ୍ୟାଳୟର କ୍ରୀଡା ପରିଷଦ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଅନ୍ୟୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓ ଟୋକିଓ ଅଲମ୍ପିକ୍ସ -୨୦୨୦ରେ ଅଂଶ ଗ୍ରହଣ କରିଥିବା ଖେଳାଳି ତଥା ଓଡିଶାର ଗର୍ବ ଓ ଗୌରବ ଦୂତିଚାନ୍ଦ, ଶିବପାଲ ସିଂହ(ଜାଭେଲିନ୍‌), ସି.ଏ. ଭବାନୀ ଦେବୀ(ତିରନ୍ଦାଜ) ଅଂଶ ଗ୍ରହଣ କରି ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଖେଳକୁ ବୃତ୍ତି ଭାବରେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । କିଟ ବିଶ୍ୱ ବିଦ୍ୟାଳୟ କ୍ରୀଡା ବିଭାଗର ନିର୍ଦ୍ଦେଶକ ଡଃ. ଗଗନେନ୍ଦୁ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଖେଳକୁ କେଉଁ ଭଳି ଭାବରେ ପ୍ରାଧାନ୍ୟ ଦେଉଛନ୍ତି ସେ ସମ୍ପର୍କରେ ବିଷଦ ଭାବରେ ବୁଝାଇବା ସହ ଅଭିଭାବକଙ୍କୁ ସେମାନଙ୍କ ପିଲାମାନଙ୍କୁ କ୍ରୀଡାବୀତ ଭାବରେ ଗଢି ତୋଳିବା ପାଇଁ ସନ୍ଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିଥିବା ବେଳେ +୩ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ମଥୁରୀ ଚରଣ ନାୟକ ଆଭାସି କାର୍ଯ୍ୟକ୍ରମର ଲକ୍ଷ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରୀଡା ପରିଷଦ ଉପସଭାପତି ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡଃ. ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ଶେଷରେ କ୍ରୀଡା ଶିକ୍ଷୟତ୍ରୀ ସଂଯୁକ୍ତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ