କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧି ଚର୍ଚ୍ଚା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ବର୍ଷ ବ୍ୟାପି ୧୫୦ତମ ଜୟନ୍ତୀ ଉତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଆଜି ଦିନରେ ଗାନ୍ଧି ଦର୍ଶନର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଓ ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ମୋହନ ଚରଣ ଜେନା, ଅବସରପ୍ରାପ୍ତ ଡେପୁଟୀ କଲେକ୍ଟର ବିଜୟ ନାୟକ, ରାଜଶ୍ରୀ ଜେନା, ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଆଲୋଚକମାନେ ଯୋଗଦେଇ ଗାନ୍ଧିଜୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ମାନବ ଏବଂ ତାଙ୍କର ଅହିଂସା ଆଦର୍ଶକୁ ବିଶ୍ୱର ଶ୍ରେଷ୍ଠ ଆଦର୍ଶ ରୂପେ ବର୍ଣ୍ଣନା କରିବା ସହ ଆଜିର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗାନ୍ଧି ବିଚାରର ପ୍ରସାର ଭାରତ ସମେତ ସମଗ୍ର ବିଶ୍ୱ ମାନବ ଜାତିର ସୁରକ୍ଷା ଓ ମଙ୍ଗଳ ସାଦନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗୁଆଳସିଂକୁ ଜିଲ୍ଲାର ଶ୍ରେଷ୍ଠ ପଂଚାୟତ ଭାବେ ଗୈାରବ ଆଣିଥିବା ସରପଂଚ ବଟକୃଷ୍ଣ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କଳା – ସାହିତ୍ୟ ମାଧ୍ୟମରେ ଗାନ୍ଧି ବିଚାରର ପ୍ରସାର ପାଇଁ ଅନୁଷ୍ଠାନର ଉଦ୍ୟମ ନିମନ୍ତେ ସାଧୁବାଦ ଜଣାଇଥିଲେ । ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଜୟଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ” ପ୍ରାରମ୍ଭରେ ଗାନ କରାଯାଇଥିଲା । ମଧୁସୁଦନ ବେହେରା, ପ୍ରଦୀପ ପରିଡା, ରବିନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


