ଶିଶୁଙ୍କ ସହ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଙ୍ଗଠନର ଜନ୍ମାଷ୍ଟମୀ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ଆଜି ପୁନେ ସ୍ଥିତ ଅଗ୍ରଣୀ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ଶିଶୁଙ୍କୁ ନେଇ ନିଆରା ଢଙ୍ଗରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି I ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ବାଳଲୀଳା ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ସେଥିରେ ଉତ୍ତମ ପ୍ରଦର୍ଶନ କରିଥିବା 25 ଜଣଙ୍କୁ ଡ଼ିଜିଟାଲ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶ୍ରେଷ୍ଠ ପାଞ୍ଚ ଜଣଙ୍କୁ ସ୍ଵତନ୍ତ୍ର ଡ଼ିଜିଟାଲ ମାନପତ୍ର ପ୍ରଦାନ କରାଯାଇଥିଲା I ଏହା ସହିତ ଚିତ୍ରାଙ୍କନରେ ଉତ୍ତମ ପ୍ରଦର୍ଶନ କରିଥିବା ସମସ୍ତ 25 ଜଣ ଶିଶୁ ଆଙ୍କିଥିବା ବାଳ କୃଷ୍ଣଙ୍କ ଚିତ୍ର ସମ୍ପର୍କରେ ନିଜର ଭାବନାକୁ ଉପସ୍ଥାପନ କରିବା ସହିତ ଶ୍ରୀକୃଷ୍ଣଙ୍କ ଭଜନ ପରିବେଷଣ କରିଥିଲେ I ଏଥିରେ ଶିଶୁ ମାନଙ୍କ ଅବିଭାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ I ସଂଗଠନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁକ୍ତ ରାଷ୍ଟ୍ର ଆମେରିକାର ବିଶିଷ୍ଟ ସମାଜସେବୀ କ୍ଯାରୋଲିନ୍ ଯୋଗ ଦେବାର ଥିଲେ ମଧ୍ୟ କୌଣସି କାରଣରୁ ସେ ଉପସ୍ଥିତ ରହି ନପାରି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶିଶୁଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କାର୍ଯ୍ୟକାରୀ ସଭାପତି ବୈଜୟନ୍ତୀ ମାଳା ବାରିକ, ସତ୍ୟପ୍ରକାଶ ଦାଶ,ସମ୍ପାଦକ ଜନ୍ମେଜୟ ବିଶ୍ୱାଳ,ଶ୍ରୀକାନ୍ତ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସଂଗଠନର ଓଡ଼ିଶା ସଂଯୋଜକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି ପ୍ରରିପ୍ରେକ୍ଷୀରେ ସଂଗଠନ ତରଫରୁ ଛୋଟ ଶିଶୁଙ୍କୁ ନେଇକି ଆଗାମୀ ଦିନରେ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯିବା ବୋଲି ସଦସ୍ୟ ଅଖିଳ କୁମାର ଜେନା ପ୍ରକାଶ କରିଥିଲେ I ଶେଷରେ ସମ୍ପାଦକ ଜନ୍ମେଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ