ସଭାପତିଙ୍କ ଜନ୍ମଦିନ ପାଳିଲେ ସୁରାଟର ପ୍ରବାସୀ ଓଡ଼ିଆ

ବୁଗୁଡା, (ଅନିଲ ହାରଣା): ସୁରାଟରେ ଓଡ଼ିଆ ଶ୍ରମିକଙ୍କ ଉନ୍ନତି ପାଇଁ ଗଠନ ହୋଇଛି ” ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ” । ପ୍ରବାସୀ ଓଡ଼ିଆଙ୍କ ପାଇଁ ଦେବଦୂତ ସଦୃଶ୍ୟ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ସାହୁ ହେଉଛନ୍ତି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି । ସୁରାଟରେ ପ୍ରବାସୀ ଓଡ଼ିଆଙ୍କ ଦୟନୀୟ ଅବସ୍ଥା ଓ ଶୋଷଣର ଦୃଶ୍ୟ ଦେଖିବା ପରେ ସମସ୍ତ ଓଡ଼ିଆଙ୍କୁ ଏକାଠି କରିବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ ଓ ସୃଷ୍ଟି କରିଥିଲେ ଟ୍ରଷ୍ଟ। ଏମଧ୍ୟରେ ସୁରାଟର ବିଭିନ୍ନ ଅଞ୍ଚଳରେ ଗଠନ ହୋଇଛି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଶାଖା କାର୍ଯ୍ୟାଳୟ ଓ ମହିଳା ମଣ୍ଡଳ। ଗତ ବର୍ଷ କରୋନା ସଂକ୍ରମଣ ସମୟରେ ସଭାପତି ଶ୍ରୀ ସାହୁ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଦେଖିଥିବା ବେଳେ ଚିକିତ୍ସା ପାଇଁ ଯେଉଁଭଳି ଅସୁବିଧାର ସମ୍ମୁଖିନ ହେଉଥିଲେ ତାହା ମଧ୍ୟ ଦେଖିଥିଲେ ସ୍ୱଚକ୍ଷୁରେ। ସେ ସୁରାଟରେ କାର୍ଯ୍ୟ କରୁଥିବା ସମସ୍ତ ଓଡ଼ିଆ ଡାକ୍ତର ମାନଙ୍କୁ ନିମନ୍ତ୍ରଣ କରି ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ଆଲୋଚନା କରିଥିଲେ। ଓଡ଼ିଆ ଡାକ୍ତର ମାନଙ୍କ ପରାମର୍ଶ କ୍ରମେ ପ୍ରବାସୀ ଓଡ଼ିଆଙ୍କ ଚିକିତ୍ସା ପାଇଁ ପ୍ରତିଷ୍ଠା କରିଥିଲେ କେଡ଼ି ନୁପୁର ଜେନେରାଲ ହସପିଟାଲ। ସେହି ମହାନ ବ୍ୟକ୍ତି ପ୍ରଦୀପ କୁମାର ସାହୁଙ୍କ ଜନ୍ମ ଦିବସ ହେଉଛି ଅଗଷ୍ଟ ୩୦ ତାରିଖ। ପ୍ରବାସୀ ଓଡ଼ିଆ ସମାଜ ନିଜର ପ୍ରିୟ ନେତାଙ୍କ ଜନ୍ମଦିନ ପାଳନ କରିଛନ୍ତି ସୁରତର ବିଭିନ୍ନ ଅଞ୍ଚଳର ପ୍ରବାସୀ ଓଡ଼ିଆ ସମାଜ କାର୍ଯ୍ୟଳୟ ପରିସରରେ। ବହୁ ପ୍ରବାସୀ ଓଡ଼ିଆ ମହିଳା ଓ ପୁରୁଷ ବିଭିନ୍ନ ସ୍ଥାନରେ ଜନ୍ମ ଦିବସ ପାଳନ କରି ସମ୍ବର୍ଦ୍ଧିତ କରିଛନ୍ତି ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ମହୋଦୟଙ୍କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ