ରାଇରଙ୍ଗପୁର ପୁରପଲ୍ଲିରେ ଆନନ୍ଦ ଉଲ୍ଲାସର ସହ ଶ୍ରୀକୃଷ୍ନ ଜନ୍ମମହୋତ୍ସବ ପାଳିତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ସମେତ ଆଖପାଖ ପୁରପଲ୍ଲିରେ ଆନନ୍ଦ ଉଲ୍ଲାସର ସହ ଶ୍ରୀକୃଷ୍ନଙ୍କ ଜନ୍ମମହୋତ୍ସବ ଶ୍ରଦ୍ଧାଳୁଙ୍କ ଦ୍ବାରା ପାଳିତ ହୋଇଯାଇଛି ।ରାଇରଙ୍ଗପୁରର ମାଉସୀ ମା’ମନ୍ଦିର, ରଘୁନାଥ ଜୀଉ ମଠ,କୁଚେଇବୁଢି ରାଧାକୃଷ୍ନ ମନ୍ଦିର,ନାଗଵଣ ରାଧାକୃଷ୍ନ ମନ୍ଦିର,ତିକ୍ଷିଆ ରାଧାକୃଷ୍ନ ମନ୍ଦିର,ବଡଡାଳମା ରାଧାକୃଷ୍ନମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଆଲୋକ ସଜ୍ଜା,ପୂଜାର୍ଚନା କରାଯାଇଛି ।ପାହାନ୍ତିଆରୁ ଉଠି ମହିଳାମାନେ ଶୌଚ ସାରି କାୟାମନବବାକ୍ୟ ସହ ଉପବସ କରି ଅଷ୍ଟମୀ ପୂଜାର୍ଚନା କରିଥିଲେ ବିଭିନ୍ନ ମନ୍ଦିରରେ ଗୋଡହାତ ଧୋଇ,ମାସ୍କ ପିନ୍ଧି,ସାନିଟାଇଜେସନ କରି ମନ୍ଦିରରେ ସରକାରଙ୍କ କୋଭିଡ କଟକଣାକୁ ମାନି ପୂଜାର୍ଚନା କରବା ଲକ୍ଷ୍ୟ କରାଯାଉଥିଲା । ଚାରିବର୍ଷ ତଳେ ଗୁରୁ କୃପାଳୁଜୀ ମହାରାଜଙ୍କ ପଟ୍ଟଶିଷ୍ୟ ସ୍ବାମୀ ମୁକୁନ୍ଦାନନ୍ଦଜୀ ସରସ୍ବତୀଙ୍କସ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ରାଧାକୃଷ୍ନ ମନ୍ଦିର,ନାଗଭଣ ,ରାଇରଙ୍ଗପୁରରେ କୋଭିଡ କଟକଣା ସହ ସତ୍ସୁ୍ଗୀଙ୍କ ଦ୍ବାର ପୂଜାର୍ଚନା କରାଯାଇଥିଲା ।ସକାଳ ୧୦.୩୦ସମୟରେ ଶ୍ରୀକୃଷ୍ନଙ୍ ପ୍ରତିମୂର୍ତିକୁ ଅଭିଷେକ କରାଯାଇ ପୂଜା କରା ଯାଇଥିଲା ।ପରେ ସତ୍ସଙ୍ଗୀଙ୍କ ଦ୍ବାରା ଭଜନ,ସଂକୀର୍ତନ ଅରାଯାଇଥିଲା ।ଛୋଟ ଛୋଟ ପିଲାଙ୍କ ଦ୍ବାରା ଭକ୍ତି ରସାମୟ ନୃତ୍ୟ ପରିବେଷଣ କରାଯାଇଥିଲା ।ଦୁଇଟି ଛୋଟ ପିଲାଙ୍କର ଜନ୍ମଦିନ ପାଳନ ସହ ବିଶିଷ୍ଟ ସମାଜସେବୀ ବର୍ଷିଆନ ଡାକ୍ତର ସ୍ବୟମ୍ବର ସିଂଙ୍କର ମଧ୍ୟ ଜନ୍ମଦିନ ସେଠାରେ ପାଳନ କରାଯାଇଥିଲା ।ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ସେଠାରେ କୃଷ୍ନମୟ ଭାବ ପରିବେଶ ହୋଇଉଠିଥିଲା ।ସମସ୍ତେ ଶ୍ରୀକୃଷ୍ନଙ୍କଠାରେ ନଡିଆ,କଦଳୀ,ଧୂପ,ଦୀପ,ଲଡୁ ଦେଇ ପୂଜାର୍ଚନା କରିଥିଲେ ଏବଂ ବିଶ୍ବ ସମାଜରୁ ଅରୋନା ମହାମାରୀ ଦୂରେଇ ଯାଇ ଲୋକେ ଶାନ୍ତି ଓ ଖୁସିରେ ରୁହନ୍ତୁ ବୋଲି ଆକୁଳ ହୋଇ ପ୍ରାର୍ଥନା କରିଥିଲେ ।କମିଟି ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ