ରାଜ୍ୟରେ ପଛୁଆବର୍ଗଙ୍କୁ ୨୭% ସରଂକ୍ଷଣ ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌୍‌): ଓଡ଼ିଶାରେ ଜାତିଭିତିକ ଜନଗଣନା କରାଯାଉ । ତତ୍‌ସହିତ ରାଜ୍ୟରେ ପଛୁଆବର୍ଗ ଜାତିର ଲୋକମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯାଉ । ରାଜ୍ୟର ମୋଟ ଜନସଂଖ୍ୟାର ୬୨%ରୁ ଅଧିକ ଲୋକ ପଛୁଆ ବର୍ଗର ଅଟନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏ ରାଜ୍ୟରେ ପଛୁଆ ଜାତିର ଯୁବକ ଯୁବତୀ ମାନଙ୍କୁ ଏ ସରକାର ଆଜି ପର୍ଯ୍ୟନ୍ତ ତାଙ୍କର ହକ୍ ପ୍ରଦାନ କଲେ ନାହିଁ ବର୍ଷ ବର୍ଷ ଧରି ଏମାନଙ୍କୁ ପ୍ରତାରିତ କରାଗଲା । ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ କେବଳ ନାଟକବାଜି କଲେ କିନ୍ତୁ ପ୍ରକୃତ ସମସ୍ୟାକୁ ନିଷ୍ଠାର ସହିତ ସମାଧାନ କରିବା ଓ ଓଡ଼ିଶାର ଏହି ବର୍ଗର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଧକ କେବଳ ସାଜିଲେ । ଆଜି ରାଜ୍ୟ କଂଗ୍ରେସର ପଛୁଆ ବର୍ଗ ପ୍ରକୋଷ୍ଠର ଅଧ୍ୟକ୍ଷ ଜ୍ଞାନଦେବ ବେଉରାଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ମାଷ୍ଟରକ୍ୟାଂଟିନ ଛକ ରେ କରାଯାଇଥିଲା । ଏହି ସଭାରେ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ରାଜ୍ୟରେ ଜାତିଭିର୍ତିକ ଜନଗଣନା କରାଯାଉ ଏବଂ ଓଡ଼ିଶାର ପଛୁଆବର୍ଗ ମାନଙ୍କ ପାଇଁ ଉଦିଷ୍ଟ ସଂରକ୍ଷଣ ଲାଗୁ କରାଯାଉ । ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟର କହିଲେ ଯେ ରାଜ୍ୟରେ ଏକ ସର୍ବଦଳୀୟ ସଂକଳ୍ପ ପଛୁଆବର୍ଗଙ୍କ ପାଇଁ ଉର୍ଦ୍ଦିଷ୍ଟ ସଂରକ୍ଷଣକୁ ଲାଗୁ କରିବାପାଇଁ ପାରିତ କରାଯାଉ ଏବଂ ସର୍ବଦଳୀୟ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଚାରଳୟ ଦ୍ୱାରା ୫୦% ସଂରକ୍ଷଣ ସୀମାରେଖାକୁ ଉଠାଇବା ପାଇଁ ଦାବି କରାଯାଉ । ଏହି ସଭାରେ ପିିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଅଖିଳଭାରତୀୟ ସଂପାଦକ ଜି. ରୁଦ୍ର ରାଜୁ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜିବ ଗିରି, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, କିଷାନସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, କୈଳାସ ଚନ୍ଦ୍ର ସାହୁ, ଆକାଶ ଭୂୟାଁ, ଅରୁଣ ସାମଲ, ଦିଲ୍ଲୀପ ନାୟକ, ଦେବୀ ପ୍ରସାଦ ବାହାଲିଆ, କୈଳାସ ସାହୁ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଏ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ